ଓଡ଼ିଶା ମିଡିଆ ହାଲ୍ଚାଲ୍: ରେସ୍ରୁ ବାଦ୍ ପଡ଼ୁଛି ନ୍ୟୁଜ୍ ସେଭେନ୍, କଳିଙ୍ଗ ଟିଭି ଦ୍ଵିତୀୟ ଲୋକପ୍ରିୟ
କୌଣସି ରାଜନୀତିକ ମତବାଦ ଦ୍ଵାରା ପ୍ରତ୍ୟକ୍ଷଭାବେ ପରିଚାଳିତ ହେଉ ନଥିବା ପ୍ରମେୟ ନ୍ୟୁଜ୍ ସେଭେନ୍ ଦିନକୁ ଦିନ ଲୋକପ୍ରିୟତା ହରାଇବାରେ ଲାଗିଛି। ଗଲା ୮ ସପ୍ତାହ ଭିତରେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକର ବାର୍କ ରେଟିଂକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼େ। ଏକଦା ଦ୍ଵିତୀୟ ଲୋକପ୍ରିୟ ବୋଲି ଦାବି କରୁଥିବା ଏହି ଟିଭି ଚ୍ୟାନେଲ୍ ଏବେ ଷଷ୍ଠ ସ୍ଥାନକୁ ଖସିଯିବା ମିଡିଆ ପଣ୍ଡିତଙ୍କ ଭିତରେ ଚର୍ଚାର ଖୋରାକି ସୃଷ୍ଟି କରିଛି।