ନାଗରିକତ୍ଵ ବିବାଦ: ଦୋଛକିରେ ନବୀନ ସରକାର

ପ୍ରଥମେ ସମର୍ଥନ କରି ତା’ ପରେ ପରିଣାମକୁ ସହ୍ୟ ନକରିବାର ଆଉ ଏକ ସଙ୍କଟଜନକ ମୁହୁର୍ତ୍ତ ଏବେ ଓଡ଼ିଶା ସରକାରଙ୍କ ପାଖରେ ଉଭା ହୋଇଛି । ରାଜନୀତିକ ଦୃଷ୍ଟିକୋଣରୁ ଏହା ବିମୁଦ୍ରାକରଣଠାରୁ ବି ଅଧିକ ଗୁରୁତ୍ଵପୂଣ୍ଣ। ଅବଶ୍ୟ ଏହା ଠିକ୍‌ ଯେ, ଓଡ଼ିଶାର ରାଜନୀତି କେବେ ଧର୍ମ ବା ସମ୍ପ୍ରଦାୟଭିତ୍ତିକ ହୋଇ ନାହିଁ, କିନ୍ତୁ ୨୦୦୮ରୁ ଓଡ଼ିଶାର ରାଜନୀତିରେ ଅଙ୍କୁରିତ ହୋଇଥିବା ସାମ୍ପ୍ରଦାୟିକ ଅସୂୟା ଭାବ ୨୦୨୪ରେ ଯେ ଏକ ନୂଆ ସମୀକରଣ ଆଡ଼କୁ ନମୁହାଁଇବ ତାହା କିଏ କହିବ?