ତବ୍ଲିଗ୍ କାଣ୍ଡ : ପଞ୍ଜାବ ମୁସଲିମ କୃଷକଙ୍କୁ ବୟକଟ୍
ଭୁବନେଶ୍ୱର,(ଓଟି): ପଞ୍ଜାବରେ ମୁଖ୍ୟତଃ ଦୁଗ୍ଧ ଚାଷରେ ଜଡ଼ିତ ଥିବା ମୁସଲିମ୍ ଗୁଜ୍ଜର ସମ୍ପ୍ରଦାୟ, କଟ୍ଟରପନ୍ଥୀ ମୁସଲିମ୍ ସଂଗଠନ ତବ୍ଲିଗ୍ ଜମାତଦ୍ୱାରା କରୋନା ବ୍ୟାପିବା ପାଇଁ କରାଯାଇଥିବା ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ।
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପଞ୍ଜାବର ଗୁଜ୍ଜର ମୁସଲିମ ଦୁଗ୍ଧଚାଷୀମାନେ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଉତ୍ପାଦିତ ଦୁଗ୍ଧକୁ ସମବାୟ ଯୋଗାଣ ସମିତି ଗ୍ରହଣ କରୁନାହାନ୍ତି, ଯାହା ଫଳରେ ସେମାନଙ୍କ ଜୀବନଧାରଣ କରିବାରେ ସମସ୍ୟା ଦେଖାଦେଲାଣି ।
ସେମାନଙ୍କ କହିବାନୁସାରେ, ପଞ୍ଜାବର ଲୁଧିଆନା ଜିଲ୍ଲାର ୱୁହାନ ଜୀବାଣୁ ପାଇଁ ଦୁଇଜଣ ତବ୍ଲିଗ୍ ଜାମାତୀଙ୍କ ରକ୍ତ ପରୀକ୍ଷାରେ ପଜିଟିଭ୍ ଆସିବା ପରେ ଏହି ଅର୍ଥନୈତିକ ବୟକଟ୍ ଆରମ୍ଭ ହୋଇଛି। ଗତ ମାସରେ ନିଜାମୁଦ୍ଦିନ ମର୍କଜରେ ଦୁଃଖଦ ଧାର୍ମିକ ସମାବେଶରେ ଉଭୟେ ଯୋଗ ଦେଇଥିଲେ ଯାହା ଭାରତରେ କୋଭିଡ଼୍-୧୯ ମାମଲାରେ ଏକ ବଡ଼ ଧରଣର ବୃଦ୍ଧି ଘଟାଇଛି ।
ଦୁର୍ଭାଗ୍ୟବଶତଃ, କରୋନା ପୀଡ଼ିତ ଉଭୟ ତବ୍ଲିଗ୍ର ପରିବାର ଦୁଗ୍ଧ ଯୋଗାଣରେ ବୃତ୍ତିରେ ନିୟୋଜିତ ଅଛନ୍ତି । ଉଭୟ ଗ୍ରାମ ମୁସଲିମ୍ ଗୁଜ୍ଜର ପ୍ରବେଶକୁ ବାରଣ କରିଥିଲା, ଯେଉଁଥିପାଇଁ ପୋଲିସ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି ।
ଏହି ଦୁଇ ସଂକ୍ରମିତ ତବ୍ଲିଗ୍ ମଧ୍ୟ ପୋଲିସ ଏବଂ ଅନ୍ୟାନ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରିନଥିଲେ, ଯେପରି ଦେଶର ବିଭିନ୍ନ ପ୍ରାନ୍ତରେ ତବ୍ଲିଗ୍ ଜମାତୀମାନଙ୍କ ପରି ହୋଇଥିଲା ।
ପଞ୍ଜାବରେ ଏହି ସମସ୍ୟାର ସମାଧାନ ହୋଇଥିବା କୁହାଯାଉଥିବାବେଳେ ଏହା ପ୍ରକୃତରେ ସାମ୍ନାକୁ ଆସିଛି ଯେ ନିରୀହ ତଥା ଅସୁରକ୍ଷିତ ମୁସଲମାନମାନେ ମଧ୍ୟ ତବ୍ଲିଗ୍ ଜମାତ କାରଣରୁ ଅର୍ଥନୈତିକ ବୟକଟ୍ ଭଳି ଭେଦଭାବ ଓ ବିଚ୍ଛିନ୍ନତାର ସମ୍ମୁଖୀନ ହୋଇପାରନ୍ତି ।