#covid19: ଏବେ #corona ନେଗେଟିଭ୍‌ ସନ୍ଦିଗ୍ଧଙ୍କୁ ବି ୧୪ ଦିନ ଏକାନ୍ତୀକରଣ

ଭୁବନେଶ୍ଵର, (ଓଟି): ଆପଣ ଯଦି କୌଣସି କୋଭିଡ୍‌୧୯ ପ୍ରଭାବିତ ଦେଶରୁ ଫେରିଛନ୍ତି, ବା ଆପଣଙ୍କ ପରିବାରର କେହି ଫେରିଛନ୍ତି ବା କୌଣସି କରୋନା ରୋଗୀଙ୍କ ସଂସ୍କର୍ଶରେ ଆପଣ ଆସିଛନ୍ତି ଏବଂ ଆପଣଙ୍କ ଶରୀରରେ କାଶ, ଛିଙ୍କ ପରି ସମସ୍ୟା ରହିଛି ତେବେ ଆପଣ ଜଣେ ସନ୍ଦିଗ୍ଧ କରୋନା ରୋଗୀ। ଆପଣଙ୍କୁ ଲ୍ୟାବ୍‌ରେ ଯାଇ ଆବଶ୍ୟକ ପରୀକ୍ଷଣ କରିବାକୁ ହେବ। ପୁଣି ଯଦି ପରୀକ୍ଷଣରେ ନେଗେଟିଭ୍‌ ବି ଆସିଲା ତେବେ ମଧ୍ୟ ଆପଣଙ୍କୁ ୧୪ ଦିନିଆ ଆଇସୋଲେସନ୍‌ ବା ଏକାନ୍ତୀକରଣରେ ରହିବାକୁ ହେବ। 

ପୂର୍ବରୁ ନେଗେଟିଭ୍‌ ସନ୍ଦିଗ୍ଧଙ୍କୁ ୭ ଦିନର ଆସୋଲେସନ୍‌ରେ ଯିବା ବାଧ୍ୟତା ଥିଲା। ଏବେ ସ୍ଵାସ୍ଥ୍ୟମନ୍ତ୍ରଣାଳୟଙ୍କ ନୂଆ ଆଦେଶ ଏହାକୁ ୧୪ ଦିନକୁ ବଢ଼ାଇଛନ୍ତି।  ସତର୍କତାମୂଳକ ପଦକ୍ଷେପରେ ଏହା ସ୍ପଷ୍ଟ କରାଯାଇଛି। 

ଆଇସିଏମ୍‌ଆର୍‌ ତଥ୍ୟ ଅନୁସାରେ ସନ୍ଦିଗ୍ଧଙ୍କ ଦେହରେ ଲକ୍ଷଣ ଦେଖାଯିବା ଗୋଟିଏ ଦିନ ଭିତରେ କରୋନା ଭୁତାଣୁ ଦେଖାଦେଇପାରେ ବା ୮ ଦିନ ପରେ ଅଥବା ୧୪ ଦିନ ଭିତରେ କୌଣସି ବି ଦିନ ଏହି ଭୁତାଣୁ ଆକ୍ରାନ୍ତ କରିଥିବା ସ୍ପଷ୍ଟ ହୋଇପାରେ। କିନ୍ତୁ ୧୪ ଦିନ ପରେ ତାହାର ଆଉ ଆଶଙ୍କା ରହେ ନାହିଁ। ଏଣୁ ଏ ବାବଦରେ ସତର୍କତା ନେବାକୁ ହେବ। 

Leave a Reply

Your email address will not be published.