ସୁସ୍ମିତାଙ୍କ ପ୍ରିୟ ବ୍ୟାୟାମ, ଜାଣନ୍ତୁ କ’ଣ?

ମିସ୍ ୟୁନିଭର୍ସ ସୁସ୍ମିତା ନିଜ ଫିଟ୍‌ନେସ୍‌କୁ ନେଇ ଖୁବ୍ ସଚେତନ । ଏଥିପାଇଁ ଜିମରେ ୱାର୍କଆଉଟ୍ ସହିତ ସନ୍ତୁଳିତ ଆହାରକୁ ସେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଜିମ୍ରେ ୱାର୍କଆଉଟ୍ କରୁଥିବାର ଅନେକ ଫଟୋକୁ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି । ଏଥିପାଇଁ ସେ ବିଶେଷ ଭାବେ ଲାଇମ୍ଲାଇଟ୍ର ଚର୍ଚ୍ଚାରେ ରହିଆସିଛନ୍ତି । ଜିମରେ ୱାର୍କଆଉଟ୍ କରିବା ସମୟରେ ସେ ସଙ୍ଗୀତ ଶୁଣିବାକୁ ଖୁବ୍ ଭଲ ପାଆନ୍ତି ।

ସଙ୍ଗୀତ ଶୁଣିବା ଦ୍ୱାରା ତାଙ୍କର ଆନ୍ତରିକ ଶକ୍ତି ଓ ମନୋବଳ ବୃଦ୍ଧି ହୋଇଥାଏ ବୋଲି ସୁସ୍ମିତା କହିଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ତାଙ୍କୁ କେଉଁ ବ୍ୟାୟାମ ସବୁଠାରୁ ଅଧିକ ପସନ୍ଦ । ତାହେଲେ କହିରଖୁଛୁ ସୁସ୍ମିତାଙ୍କୁ ‘ହେଙ୍ଗିଙ୍ଗ୍ ରାଇଟ୍’ ଓ ‘ଲେଫ୍ଟ ଓବଲିକ୍ ସାଇଡ୍ କ୍ରଚେଂଜ୍’ ବ୍ୟାୟାମ ବହୁତ ପସନ୍ଦ । ଏହି ଦୁଇଟି ବ୍ୟାୟାମ ମାଂସପେଶୀଙ୍କୁ ଦୃଢ଼ କରିବା ସହିତ ବ୍ଲଡ୍ପ୍ରେସର୍ ନିୟନ୍ତ୍ରଣରେ ରଖିଥାଏ । ଗୋଡ଼ ଓ ପାଦକୁ ମଜବୁତ୍ କରିବା ପାଇଁ ‘ଲେଫ୍ଟ ଓବଲିକ୍ ସାଇଡ୍ କ୍ରଚେଂଜ୍’ ବ୍ୟାୟାମ ବହୁତ ଲାଭପ୍ରଦ । ତେଣୁ ଯଦି ଆପଣ ମଧ୍ୟ ଏସବୁ ଚାହାନ୍ତି, ତାହେଲେ ଆଜିଠୁ ହିଁ ଏହି ଦୁଇ ପ୍ରକାର ବ୍ୟାୟାମ ଆରମ୍ଭ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *