#କୋବିଡ୍-୧୯ ପାଇଁ ସୁସ୍ମିତାଙ୍କ ଔଷଧ

ମୁମ୍ବାଇ (ଓଟି): ମହାମାରୀ କରୋନା ପାଇଁ ବିଶ୍ଵ ଚିନ୍ତିତ। ଆତଙ୍କ ମଧ୍ୟରେ ସବୁଠି ଖୋଜା ଚାଲିଛି ମେଡିସିନ। ଏଯାଏଁ ମିଳିନି ଠିକଣା ଔଷଧ। ତେବେ ଏହାରି ମଧ୍ୟରେ ବହୁ ବିଶେଷଜ୍ଞ କିଛି ଆଶ୍ଵସ୍ତିକର ପରାମର୍ଶ ଦେଇଛନ୍ତି ଓ ନୂଆ ଆଶା ଦେଖାଇଛନ୍ତି। ସେହିଭଳି ଡାକ୍ତର, ବୁଦ୍ଧିଜୀବୀ ଓ ଗବେଷକଙ୍କ ସମେତ କେତେକ ସେଲିବ୍ରିଟି ମଧ୍ୟ ବିଭିନ୍ନ ଉପାୟ ବତାଉଛନ୍ତି। ଏହିକ୍ରମରେ   ଅଭିନେତ୍ରୀ ସୁସ୍ମିତା ସେନ୍ କରୋନାଠାରୁ ବର୍ତ୍ତିବାର ଔଷଧ ପାଇଯାଇଥିବା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ସୁସ୍ମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି ଏବଂ ସେଥିରେ ସେହି ଔଷଧ ବିଷୟରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ସମସ୍ତଙ୍କୁ ସଙ୍କଟମୟ ପରିସ୍ଥିତିରେ ସତର୍କ ଓ ସଚେତନ ହେବାକୁ କହିଛନ୍ତି। ନିଜେ ଡାକ୍ତର ହୁଅନ୍ତୁ ନାହିଁ କି ନିଜ ଇଚ୍ଛାରେ ଔଷଧ ସେବନ କରନାହିଁ ବୋଲି ପରାମର୍ଶ ଦେବା ସହିତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି। ଏପରିକି ସୁସ୍ମିତା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ସୂଚାଇଛନ୍ତି। କରୋନାରେ ମୃତ ବ୍ୟକ୍ତିଙ୍କ ଶରୀରରେ ibuprofen ର ମାତ୍ରା ମିଳୁଥିବାବେଳେ ଏହା ମଣିଷ ପାଇଁ ସାଂଘାତିକ ସାବ୍ୟସ୍ତ ହୋଇଥାଏ। ଏହାକୁ ଯନ୍ତ୍ରଣା କମାଇବା ପାଇଁ ଅନେକ ସେବନ କରିଥାନ୍ତି। ତେବେ  Ibuprofen ଆଦୌ ବ୍ୟବହାର କରିବା ଅନୁଚିତ୍ ବୋଲି ସୁସ୍ମିତା ଅନୁରୋଧରେ ଦର୍ଶାଇଛନ୍ତି। ଏହାଦ୍ଵାରା କରୋନା ସଂକ୍ରମଣ ହେବାର ଯଥେଷ୍ଠ ଆଶଙ୍କା ରହିଥାଏ ବୋଲି ସେ କହିଛନ୍ତି। ସେହିପରି ଯନ୍ତ୍ରଣା କମାଇବା ପାଇଁ ପାରାସିଟାମଲ୍ ସେବନ କରିବା ଉତ୍ତମ ବିକଳ୍ପ ବୋଲି ସେ ଉଲ୍ଲେଖ କରିଥିବାବେଳେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ବୋଲି କହିଛନ୍ତି।

ତେବେ ସୁସ୍ମତାଙ୍କ କରୋନା ଔଷଧ କଣ?

ସୁସ୍ମିତା ତାଙ୍କ ପୋଷ୍ଟରେ ଏକ ଔଷଧ ଶିଶି ସେୟାର କରିଛନ୍ତି। ସେଥିରେ ଲେଖାଅଛି- ଷ୍ଟେ ଆଟ୍ ହୋମ୍। ଏହାର ଅର୍ଥ ସମସ୍ତେ ଘରେ ରୁହନ୍ତୁ। ଏହାହିଁ ସବୁଠୁ ବଡ଼ ମେଡିସିନ୍‌ ବୋଲି ସୁସ୍ମିତା ଦର୍ଶାଇବାକୁ ଚାହିଁଛନ୍ତି।

Leave a Reply

Your email address will not be published. Required fields are marked *