ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ପାଣିରେ ମିଶାନ୍ତୁ ଏହି ଜିନିଷ, ସମସ୍ତ ବାଧାବିଘ୍ନରୁ ମିଳିବ ମୁକ୍ତି
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟଙ୍କୁ ମୁଖ୍ୟ ଗ୍ରହ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ସୂର୍ଯ୍ୟ ସକଳ ଶକ୍ତିର ଆଧାର ଓ ରୋଗନାଶକ । ସାମାଜିକ କ୍ଷେତ୍ରରେ ସମସ୍ତ ପ୍ରକାର ଉନ୍ନତି, ଶାରିରୀକ କ୍ଷେତ୍ରରେ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ଓ ଅକାଳ ମୃତ୍ୟୁର ଭୟନାଶ କରିବା ପାଇଁ ସୂର୍ଯ୍ୟପୂଜାର ଅଶେଷ ମହିମା ରହିଛି ।
ଆମେ ପ୍ରତିଦିନ ସାଧାରଣ ଭାବେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାଉ । କିନ୍ତୁ ସେଭଳି ନକରି ବିଧି ଅନୁଯାୟୀ ସୂର୍ଯ୍ୟପୂଜା କରନ୍ତୁ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ନିତ୍ୟକର୍ମ ସାରନ୍ତୁ । ସୂର୍ଯ୍ୟ ଉଦୟ ହେଲେ ପ୍ରଥମେ ଦୀପଟିଏ ନେଇ ବନ୍ଦାନ୍ତୁ। ଏହାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏହି ଅର୍ଘ୍ୟ ଦେବା ସମୟରେ ପାଣିରେ ଯମୁନା ନଦୀର କିଛି ଟୋପା ଜଳ ପକାଇ ଦିଅନ୍ତୁ । କାରଣ ପୁରାଣ ଅନୁଯାୟୀ ସୂର୍ଯ୍ୟଙ୍କ ଝିଅ ହେଉଛନ୍ତି ଜମୁନା । ତେଣୁ ଏଭଳି କରିବା ଦ୍ୱାରା ସୂର୍ଯ୍ୟଙ୍କ କୃପାଦୃଷ୍ଟି ସବୁବେଳେ ଆପଣଙ୍କ ଉପରେ ରହିଥାଏ ।
ଏହା ବ୍ୟତୀତ ମୃତ୍ୟୁର ଦେବତା ଯମ ଓ ଯମୁନା ଭାଇଭଊଣୀ । ତେଣୁ ଯମୁନାର ଜଳ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଅକାଳ ମୃତ୍ୟୁ ଭୟ ନାଶ ହୋଇଥାଏ । ତେଣୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଏହାକୁ ନିଶ୍ଚିତ ଭାବେ ଧ୍ୟାନରେ ରଖନ୍ତୁ ।