ସୁରବିନ୍ ଚାୱଲାଙ୍କ ଘରକୁ ଆସିଲା ନହ୍ନି ପରୀ

ଛୋଟ ପରଦାରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ସୁରବିନ୍ ଆଜିର ତାରିଖରେ ବି ଟାଉନର ଏକ ଚର୍ଚ୍ଚିତ ତାରକା । ନିକଟରେ ସୁରବିନଙ୍କ ଠାରୁ ଏକ ଖୁସି ଖବର ଶୁଣିବାକୁ ମିଳିଛି । ଚଳିତମାସ ୧୫ ତାରିଖରେ ସୁରବିନଙ୍କ କୋଳକୁ ଏକ ନହ୍ନିପରୀ ଆସିଛି । ସୁରବିନ୍ ସେହି ପରୀର ନାମ ରଖିଛନ୍ତି ଇଭା । ସୁରବିନ୍ ଓ ତାଙ୍କର ସ୍ୱାମୀ ଅକ୍ଷୟ ଠକ୍କର ଓ ଇଭାଙ୍କର କିଛି ଫଟୋ ଏବେ ସୋସିଆଲ୍ ମିଡିଆକୁ ଆସିଛି । କିଛିଦିନ ତଳେ ସୁରବିନଙ୍କର ଗୋଦ୍ ଭରାଇ ଫଟୋ ସେୟାର୍ କରାଯାଇଥିଲା ।

୨୦୧୫ରେ ସୁରବିନ୍ ଲୁଚାଛପାରେ ଅକ୍ଷୟଙ୍କ ସହିତ ବିବାହ କରିଥିଲେ । ଅନେକ ଦିନ ପରେ ଏହି ଖବର ମିଡିଆ ସାମନାକୁ ଆସିଥିଲା । ‘ଅଗଲି’, ହେଟ୍ ଷ୍ଟୋରି୨’, ‘କ୍ରିଏଜର୍ ଥ୍ରୀଡି’, ‘ୱେଲକମ୍ ବ୍ୟାକ୍’ ଓ ‘ପାର୍ଚଡ୍’ ଭଳି ଅନେକ ଫିଲ୍ମ ମାଧ୍ୟମରେ ସୁରବିନ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଶେଷଥର ପାଇଁ ତାଙ୍କୁ ୱେବ୍ ସିରିଜ୍ ‘ସିକ୍ରେଟ୍ ଗେମସ୍-୧’ରେ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published.