ଜୈଶ୍ର ଷଡ଼ଯନ୍ତ୍ର ପଣ୍ଡ, ପାକ୍ ଗୂଇନ୍ଦା ବଞ୍ଚାଇଦେଲା ମାସୁଦ୍ ଆଝାର୍କୁ
ସର୍ଜିକାଲ୍ ଷ୍ଟ୍ରାଇକ୍ ୨.୦ ଦ୍ୱାରା ପଣ୍ଡ ହୋଇଛି ଜୈଶ୍ ଇ ମହମ୍ମଦ ( ଜେଇଏମ୍)ର ଭାରତରେ ଆତଙ୍କୀ ଆକ୍ରମଣ ଯୋଜନା। ପାକିସ୍ତାନର ବାଲାକୋଟଠାରେ ଏକ ଶଗୁଆନ୍ ଜଙ୍ଗଲ ଭିତରେ ଚାଲୁଥିବା ଏହାର ସର୍ବ ବୃହତ୍ ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିଛି ଭାରତୀୟ ସେନା । ଏହି କ୍ୟାମ୍ପରେ ଜୈଶ୍ ଇ ମହମ୍ମଦର ମାଷ୍ଟରମାଇଣ୍ଡ ମାସୁଦ୍ ଆଝାରର ଶଳା ୟୁଶୁଫ୍ ଆଝାରର ପ୍ରାଣ ଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଆକ୍ରମଣର କିଛି ସମୟ ପୂର୍ବରୁ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ମାସୁଦ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ସକ୍ଷମ ହୋଇଥିବା ଖବର ମିଳିଛି । ଅର୍ଥାତ୍ ଆଗକୁ ତା’ରି ଷଡ଼ଯନ୍ତ୍ର ଆହୁରି ଆଶଙ୍କା କରାଯାଇପାରେ ।
ଭାରତୀୟ ବିଦେଶ ସଚିବ ବିଜୟ କେଶବ ଗୋଖଲେ ସାମ୍ବାଦିକ ସମ୍ମିଳନୀରେ ଏହି ସର୍ଜିକାଲ୍ ଷ୍ଟ୍ରାଇକ୍ର ଅତ୍ୟାବଶ୍ୟକକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଭାରତ ପ୍ରତି ରଚନା କରାଯାଉଥିବା ବଡ଼ ଧରଣର ଷଡ଼ଯନ୍ତ୍ରକୁ ରୋକାଯାଇପାରିଛି । ଯେଉଁ ସଂଗଠନର କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି ତାହା ବିଶ୍ୱସ୍ତରରେ ଏକ ଆତଙ୍କୀ ସଂଗଠନ । ଏଥିରେ ସାଧାରଣ ଲୋକଙ୍କ ହାନୀ ଚିନ୍ତା କରାଯାଇ ନାହିଁ ।
ପ୍ରାତଃ ସାଢ଼େ ତିନିଟା ବେଳେ ଭାରତୀୟ ଏୟାଫୋର୍ସ ପକ୍ଷରୁ ଏହି ଆକ୍ରମଣ ହୋଇଥିଲା । ଏହାକୁ ପାକ୍ ବିରୋଧରେ ହିଂସ ବୋଲି ଅଭିହିତ କରି ଏହାର ଜବାବ ଦିଆଯିବ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ ଜବାବ ରଖିଛନ୍ତି ।
ଏହାକୁ ଏକ ଅଣ ସାମରିକ ଆକ୍ରମଣ ବୋଲି କହିବା ସହ ଏଥିେ କେବଳ ଜୈଶ୍ ଇ ମହମ୍ମଦକୁ ଟାର୍ଗେଟ୍ କରାଯାଇଥିବା ଭାରତର ବିଦେଶ ସଚିବ କହିଛନ୍ତି । ଭାରତ ଉପରେ ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲାଗି ଆତଙ୍କବାଦୀ ଶିବିର ଉପରେ ଏହି ଆକ୍ରମଣ ଥିଲା । ଏହା ମାସୁଦ୍ ଆଝାରଙ୍କୁ ଲକ୍ଷ୍ୟ କରି ହୋିଥିବା ସେ କହିଛନ୍ତି ।
୧୨ଟି ମିରେଜ୍ ୨୦୦୦ ଦ୍ୱାରା ଏହି ଆକ୍ରମଣ ହୋିଥିଲା । ଯେଉଁଥିରେ ୧୦୦୦ କିଲୋ ଓଜନର ବିସ୍ଫୋରକ୍ ପାକ୍ ଭୂମିରେ ପକାଯାଇଥିଲା । ଫଳରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କୀ ଓ ସେମାନଙ୍କ ଶିବିର ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି ।
ବିଭିନ୍ନ ଶିବିରରେ ଏହି ପ୍ରକାର ଜବାବ ଆକ୍ରମଣକୁ ପ୍ରଶଂସା କରାଯାଇଛି । ଦେଶର ସୁରକ୍ଷା ପ୍ରସଙ୍ଗରେ ସେନାର ଭୂମିକାକୁ ପ୍ରଶଂସା କରି ସଂସଦରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ସୁରକ୍ଷା ପାଇଁ ଜବାନ ଯାହା କରୁଛନ୍ତି ଆମେ ତାହାକୁ ସମର୍ଥନ କରୁଛୁ । ସେମାନେ ପାକିସ୍ତାନରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଆମେ ତାହାକୁ ଏକତ୍ରିତ ଭାବେ ସମର୍ଥନ କରିବା ସହ ଅଭିବାଦନ ଜଣାଉଛୁ ।