ପୁଣି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ !

ବିଶେଷ ସୂତ୍ରରୁ ଆସୁଥିବା ଖବର ଅନୁସାରେ ଭାରତୀୟ ସେନା ପାକ୍ ଅଡଧିକୃତ କାଶ୍ମୀରର ୩୦ କିମି ଭିତରକୁ ଯାଇ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଉଗ୍ରପନ୍ଥୀ ଓ ପାକିସ୍ତାନୀ ସେନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ୫ରୁ ୭ଜଣ ଉଗ୍ରପନ୍ଥୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହା ସହିତ ଉଗ୍ରପନ୍ଥୀଙ୍କ କେତେକ ବଡ଼ ଟ୍ରେନିଂ ସେଣ୍ଟର ନଷ୍ଟ ହୋଇଥିବା ଜଣାପଡ଼ିଛି।

ମସୁଦ ଆଝାରର ଭାଇ ଉପରେ ଥିଲା ଭାରତର ନଜର

ନିକଟରେ ଖବର ଆସିଥିଲା ପାକ୍ ଅଧିକୃତ କାଶ୍ମୀରରେ ମସୁଦ ଆଝାରର ଭାଇ ଇବ୍ରାହି ଅଜହର ୧୫ଜଣ ଉଚ୍ଚ ପ୍ରଶିକ୍ଷିତ ଆତଙ୍କବାଦୀଙ୍କ ସହିତ ଦେଖାଯାଇଥିଲା। ପାକିସ୍ତାନ ସେନା ଏହି ଉଗ୍ରପନ୍ଥୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା। ଇବ୍ରାହିମର ଏହି ଦଳ ମରକଜ, ସନାନ ବିନସଲମା, ତରନବ ଫାର୍ମ, ପେଶାୱାର ଓ ଖୈବର ପସ୍ତୁନଖାର ଅଲଗା ଅଲଗା ଆତଙ୍କବାଦୀ କ୍ୟାମ୍ପରେ ଦେଖିବାକୁ ମିଳିଥିଲା।

ଭାରତୀୟ ସେନା ଏହି ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅନୁମାନ କରାଯାଉଛି। ଏସମ୍ପର୍କରେ ଏପର୍ଯ୍ୟନ୍ତ ସବିଶେଷ ବିବରଣୀ ଆସିନାହିଁ। କିନ୍ତୁ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଅନେକ ଆତଙ୍କବାଦୀ କ୍ୟାମ୍ପ ନଷ୍ଟ ହୋଇଯାଇଛି।

ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ଅନ୍ଧାରରେ

ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ ଖବର ଅନୁସାରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକ୍ ଅଧିକୃତ କାଶ୍ମୀରରେ ଥିବା ନୀଲମ ଝେଲମ ହାଇଡେ଼୍ରା ପାୱାର ପ୍ରକଳ୍ପର ବ୍ୟାପକ କ୍ଷତି ହୋଇଛି। ଏହି ପ୍ରକଳ୍ପରୁ ପାକିସ୍ତାନ ୪୦୦-୫୦୦ ମେଗାୱାଟ ବିଜୁଳି ଉତ୍ପାଦନ କରି ପଞ୍ଜାବ ଓ ଆଖପାଖ ଅଞ୍ଚଳକୁ ବିଜୁଳି ଯୋଗଉଥିଲା। ଏହି ଏହି ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବ ତେବେ ପାକିସ୍ତାନ ଅନ୍ଧାରରେ ରହିବ।

ପାକିସ୍ତାନରେ ହା ହା କାର

ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନରେ ହା ହା କାରେ ଖେଳିଯାଇଛି। ପାକିସ୍ତାନ ସେନାର ଅଧିକାରୀ ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଟ୍ୱିଟ‍୍‌ କରି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହବୁଦ କୁରେସି ଟ୍ୱିଟ୍‌ କରି କହିଥିଲେ, ଭାରତୀୟ ସେନା କୁଆଡ଼େ ଏଲ୍‌ଓସି ସେପଟେ କ୍ଲଷ୍ଟର ବୋମା ବର୍ଷଣ କରିଛି। ସେ ଏହାକୁ ନିନ୍ଦା କରିଥିଲେ।

ଭାରତୀୟ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି, “ପାକିସ୍ତାନ ସବୁ ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଏବଂ ନିଜଆଡ଼ୁ ଗୁଳିମାଡ଼ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇଥାଏ। ଭାରତ ଏହାର ଜବାବ ଦେଇ ଆସିଛି। ଏଭଳି ପ୍ରତିକ୍ରିୟା କେବଳ ପାକିସ୍ତାନର ଅପପ୍ରୟାସକୁ ଏବଂ ବେଆଇନ ଅନୁପ୍ରବେଶକୁ ଜବାବ ଦେବାପାଇଁ ହୋଇଥାଏ। ଭାରତ ଏଲ୍‌ଓସିରେ କ୍ଲଷ୍ଟର ବୋମା ବର୍ଷଣ କରିବା ଭଳି ଅଭିଯୋଗ ଆଣିବା ପାକିସ୍ତାନର ଆଉ ଏକ ମିଛ ଏବଂ ପ୍ରତାରଣା।”

Leave a Reply

Your email address will not be published.