ବଲିଉଡରେ ଏଣ୍ଟ୍ରୀ କରିବେ ସୁରଭି
ଟିଭି ଶୋ’ ‘ନାଗୀନ୍’ ଓ ‘କୁବୁଲ୍ ହେ’ର ବେଶ୍ ପରିଚିତ ନାୟିକା ସୁରଭି ଜ୍ୟୋତି ବଲିଉଡରେ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି । ଅପକମିଙ୍ଗ୍ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ‘ସୋନମ୍ ଗୁପ୍ତା ବେବଫା ହେ’ ମାଧ୍ୟମରେ ସେ ଡେବ୍ୟୁ କରିବେ । ତାଙ୍କ ବିପକ୍ଷର ନାୟକ ଭୂମିକାରେ ପଞ୍ଜାବୀ ସିଙ୍ଗର୍ ଜସି ଗିଲଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ସୁରଭି ଏହି ଖବରକୁ ଇନଷ୍ଟାଗ୍ରାମରେ ସେୟାର୍ କରିବା ସହିତ ଜସିଙ୍କ ସହିତ ଏକ ଫଟୋ ମଧ୍ୟ ଅପଲୋଡ୍ କରିଥିଲେ ।
ବଲିଉଡ୍ ପୂର୍ବରୁ ସୁରଭି ଅନେକ ପଞ୍ଜାବୀ ଫିଲ୍ମରେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି । ଅନ୍ୟ ପକ୍ଷରେ ଜସି ଗିଲ୍ ମଧ୍ୟ ବଲିଉଡରେ ଏଣ୍ଟ୍ରି କରିସାରିଛନ୍ତି । ସୋନାକ୍ଷୀ ସିହ୍ନାଙ୍କ ଅଭିନୀତ ‘ହାପ୍ପି ଫିର୍ ଭାଗ୍ ଜାୟେଗି’ରେ ଜସିଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରୁ ଜସି ବଲିଉଡ୍ ଡେବ୍ୟୁ କରିଥିଲେ । ଫିଲ୍ମ ସମ୍ପର୍କିତ ଅନ୍ୟ କୌଣସି ଖବର ମିଳିନଥିଲେ ମଧ୍ୟ ସୁରଭି ଓ ଜସିଙ୍କ ସହିତ ବ୍ରଜେନ୍ଦ୍ର କାଲା ଓ ନିଲୁ କୋହଲି ମଧ୍ୟ ସ୍କ୍ରୀନ୍ ସେୟାର୍ କରିବେ ବୋଲି ଜଣାପଡ଼ିଛି ।