ମସ୍‌ଜିଦ୍‌ରେ ମହିଳା ପ୍ରବେଶ: ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି

ଇସ୍‌ଲାମ୍‌ ସମ୍ପ୍ରଦାୟର ଧର୍ମପୀଠ ମସ୍‌ଜିଦ୍‌ ଭିତରେ ମହିଳାଙ୍କ ପ୍ରବେଶ ଓ ତାଙ୍କ ପୂଜାର୍ଚନା ନେଇ ଥିବା ପ୍ରତିବନ୍ଧକ ଉଠାଇବାକୁ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋଟର୍ର୍ ରାଜି ହୋଇଛନ୍ତି। କୋର୍ଟଙ୍କ ପୂର୍ବ ବିଚାର ଏବଂ ସାବରିମାଳା ମାମଲାକୁ ଆଖିରେ ରଖି କୋର୍ଟ ଶୁଣାଣୀ କରିବେ ବୋଲି ସୂଚନା ମିଳିଛି।

ଖବର ସରବରାହ ସଂସ୍ଥା ୟୁଏନ୍‌ଆଇର ଖବର ଅନୁସାରେ ଜଷ୍ଟିସ୍‌ ଏସ୍‌ଏ ବୋବଡ଼େ ଏ ନେଇ କେନ୍ଦ୍ର ସରକାର, ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ଲ ବୋର୍ଡ ଏବଂ ଅନ୍ୟ ପକ୍ଷଙ୍କୁ ଏ ବାବଦରେ ମତ ରଖିବାକୁ ନୋଟିସ ଜାରି କରିଛନ୍ତି।

ଏକ ଦମ୍ପତ୍ତି ନେଇ ସୁପ୍ରିମ୍‌କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନଙ୍କ ଅଭିଯୋଗ ଯେ, ମସ୍‌ଜିଦ୍‌ ଭିତରକୁ ମୁସଲ୍‌ମାନ ମହିଳାଙ୍କୁ ବାରଣ କରାଯିବା ଏବଂ ତାଙ୍କୁ ପୂଜାର୍ଚନା ମନା କରାଯିବା, ସେମାନଙ୍କ ସମାନତା ଅଧିକାରକୁ କ୍ଷୁଣ୍ଣ କରୁଛି। ଏହା ସହ ସୁପ୍ରିମ୍‌କୋଟର୍ର୍ ତାଙ୍କ କଥା ଶୁଣି ଆବଶ୍ୟକ ବିଚାର କରିବା ସହ ନିର୍ଦେଶ ଦେବାକୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *