ସୁପ୍ରିମ୍‌କୋର୍ଟ ଖପ୍ପା: ଏ ଦେଶରେ ଆଇନ ଅଛି ନା ନାହିଁ?

ଭୁବନେଶ୍ଵର, (ଓଟି): ଟେଲିକମ୍‌ କମ୍ପାନୀମାନେ ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ଅମାନ୍ୟ କରିବା ଏବଂ ବାରମ୍ବାର ଆଦେଶର ସମୀକ୍ଷା ଲାଗି ଆବେଦନ କରିବା ତଥା ସରକାରୀ ସ୍ତରରେ ଜଣେ ଅଧସ୍ତନ କର୍ମଚାରୀ ଏ ଦିଗରେ ପରୋକ୍ଷପ୍ରତିବନ୍ଧକ ସାଜିବା ଆଦି ଘଟଣା ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ହତ୍‌ବାକ୍‌ କରିଛି। କୋର୍ଟ କହିଛନ୍ତି, ‘ ଏ ଦେଶରେ ଆଇନ ବୋଲି କିଛି ଅଛି ନା ନାହିଁ। ଆମେ ଜାଣିପାରୁ ନାହୁଁ ଏପରି ବକ୍‌ବାସ କରୁଛି କିଏ? ଯେଉଁଭଳି ପରିସ୍ଥିତିରେ ଦେଶ ଚାଲୁଛି ଲାଗୁଛି ଏଦେଶରେ ଆଉ ରହିବା ଉଚିତ ନୁହେଁ। ଦେଶ ଛାଡ଼ି ଚାଲିଯିବା ଉଚିତ’। 

କେର୍ଟଙ୍କ ଏହିପରି ଉଦ୍‌ବେଗର କାରଣ ହୋଇଛି ଟେଲିକମ୍‌ କମ୍ପାନୀଙ୍କ କାରବାରକୁ ନେଇ। କୋର୍ଟଙ୍କ ଆଦେଶ ଅନୁସାରେ ଏହି କମ୍ପାନୀମାନେ ୧.୪୭ ଲକ୍ଷ କୋଟି ଟଙ୍କାର ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ ( ଏଜିଆର) ପଇଠ କରିବା କଥା। କିନ୍ତୁ କେବଳ ରିଲାଏନ୍ସ ଜିଓକୁ ଛାଡ଼ି ଅନ୍ୟ ସବୁ କମ୍ପାନୀ ଏଥିରେ ଖିଲାପ କରିଛନ୍ତି। ଭୋଡ଼ାଫୋନ୍‌, ଏୟାରଟେଲ୍‌ ଏବଂ ଟାଟା ଟେଲିସର୍ଭିସ୍‌ ପକ୍ଷରୁ ଏନେଇ ଏକ ସମୀକ୍ଷା ଆବେଦନ କରାଯାଇଛି। କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି ମାର୍ଚ ୧୭ ତାରିଖ ସୁଦ୍ଧା ନିଜ ନିଜର ଦେୟ ପଇଠ କରିବାକୁ ନିର୍ଦେଶ ଦେଇଛନ୍ତି। ପୁଣି ଯେଉଁମାନେ ଏହି ଅର୍ଥ ପଇଠ ନକରିବେ ସେମାନଙ୍କ ବିପକ୍ଷରେ କାହିଁକି କୋର୍ଟ ଅବମାନନା କାର୍ଯ୍ୟାନୁଷ୍ଠାନ ନନିଆଯିବ ସେ ସମ୍ପର୍କରେ କାରଣ ଦର୍ଶାଇବାକୁ କୋର୍ଟ କହିଛନ୍ତି।

ବିଭିନ୍ନ ଟେଲିକମ୍‌ କମ୍ପାନୀ ଓ ଏହାର ନିର୍ଦେଶକଙ୍କୁ ନୋଟିସ୍‌ ଜାରି କରି କୋଟ; ଏହା କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭୋଡ଼ାଫୋନ୍‌ ଏବଂ ଆଇଡିଆ ସରକାରଙ୍କ ଟେଲିକମ୍‌ ବିଭାଗ ( ଡିଓଟି)କୁ ୫୦ ହଜାର କୋଟି ଟଙ୍କା ପଇଠ କରିବାକୁ ଥିବାବେଳେ ଏୟାରଟେଲ୍‌ ୩୫୫୦୦ କୋଟି ଏବଂ ଟାଟା ଟେଲିସର୍ଭିସ୍‌ ୧୪ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଅଛି। ଟାଟା ଟେଲିସର୍ଭିସ୍‌ ଏହାର ସମସ୍ତ ଟେଲିକମ୍‌ ନେଟ୍‌ୱର୍କକୁ ଭାରତୀ ଏୟାରଟେଲ୍‌ ବିକ୍ରି କରିସାରିଛି। 

କେବଳ ଜିଓ ଡିଓଟିକୁ ୬୦କୋଟି ଟଙ୍କା ପ୍ରଦାନ କରିଛି। ଯେହେତୁ ୨୦୧୬ରେ ଏହି କମ୍ପନେୀ ଆରମ୍ଭ ହୋଇଥିଲା ଏଣୁ ଏହାରି ଉପରେ କମ୍‌ ବକେୟା ଅର୍ଥ ରହିଛି। 

Leave a Reply

Your email address will not be published. Required fields are marked *