ଧାରା ୩୭୦ ଉଚ୍ଛେଦ ମାମଲା: ୫ ଜଣିଆ ଖଣ୍ଡପୀଠ ଶୁଣିବେ ଅଭିଯୋଗ
ଭୁବନେଶ୍ଵର, (ଓଟି): ଜମ୍ମୁ-କଶ୍ମୀର ସ୍ଵତନ୍ତ୍ର ମାନ୍ୟତା ପ୍ରତ୍ୟାହାର ତଥା ଧାରା ୩୭୦ର ଉପଧାରା ୨ ଏବଂ ୩ ଉଚ୍ଛେଦ ମାମଲାରେ ସୃଷ୍ଟି ହୋଇଥିବା ପ୍ରସଙ୍ଗଗୁଡ଼ିକୁ ସୁପ୍ରିମ୍କୋର୍ଟ ଶୁଣିବାକୁ ସହମତି ପ୍ରକାଶ କରିଛନ୍ତି। ବିଭିନ୍ନ ବର୍ଗ, ଗୋଷ୍ଠୀ ତଥା ବ୍ୟକ୍ତି ବିଶେଷଙ୍କଠାରୁ ଅଭିଯୋଗ ପାଇବା ପରେ ମୁଖ୍ୟ ବିଚାରପତି ଏହି ମାମଲାଗୁଡ଼ିକୁ ଶୁଣାଣୀ ପାଇଁ ରାଜି ହୋଇଛନ୍ତି।
ଏଥିଲାଗି ଅକ୍ଟୋବର ମାସରେ ଶୁଣାଣୀ ହେବ। ଏକ ୫ ଜଣିଆ ବିଚାରପତି ମଣ୍ଡଳୀ ମାମଲଶଗୁଡ଼ିକର ଶୁଣାଣୀ କରିବେ ବୋଲି ପ୍ରମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ପ୍ରକାଶ କରିଛନ୍ତି।
ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷ ରଖିବା ଲାଗି ନୋଟିସ୍ ଜାରି କରାଯାଇଛି। ସୁପ୍ରିମ୍କୋର୍ଟଙ୍କ ଏହି ନୋଟିସ୍ ସୀମାପାର୍ ସମସ୍ୟା ବୃଦ୍ଧି କରିବ ବୋଲି ଆଟଣ୍ଣ ଜେନେରାଲ୍ ଆଶଙ୍କା କରିଥିଲେ।
ପୂର୍ବରୁ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ଏ ଜମ୍ମୁ କଶ୍ମୀର ସ୍ଥିତିରେ ସୁଧାର ଆଣିବା ଲାଗି ଉପଯୁକ୍ତ ସମୟ ଦେବା ଆବଶ୍ୟକ ବୋଲି କହିଥିଲେ।











