ରାଫେଲ୍ ଡିଲ୍: ରାହୁଲ୍ ଗାନ୍ଧିଙ୍କୁ ସୁପ୍ରିମ୍କୋର୍ଟଙ୍କ ନୋଟିସ୍
କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧିଙ୍କୁ ସୁପ୍ରିମ୍କୋର୍ଟ ନୋଟିସ୍ ପଠାଇଛନ୍ତି। ‘ରାଫେଲ୍ ଡିଲ୍ ପ୍ରସଙ୍ଗରେ ନିଜ ମନ୍ତବ୍ୟକୁ ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ’ ବୋଲି ପ୍ରଚାର କରୁଥିବା ଅଭିଯୋଗର ଜବାବ ରଖିବାକୁ ତାଙ୍କୁ କୁହାଯାଇଛି। ଆସନ୍ତା ସୋମବାର ସୁଦ୍ଧା ସେ ନିଜର ବୟାନ ରଖିବେ ଏବଂ ମଙ୍ଗଳବାର ଏ ବାବଦରେ ଆଉଥରେ ଶୁଣାଣି ହେବ।
ନିର୍ବାଚନ ପ୍ରଚାର ସଭାରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଶ୍ରୀ ଗାନ୍ଧି ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟକୁ ଭିନ୍ନ ଭାବେ ଉପସ୍ଥାପନ କରାଯାଉଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ବିଜେପି ସାଂସଦ ମୀନାକ୍ଷୀ ଲେଖି ଏ ବାବଦରେ ଏକ ମାମାଲା ସୁପ୍ରିମ୍କୋର୍ଟରେ ଆଗତ କରିଥିଲେ। ଏହାକୁ ବିଚାର କରି ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗଇ ଶ୍ରୀ ଗାନ୍ଧିଙ୍କଠାରୁ ଜବାବ ମାଗିଛନ୍ତି।
ମୀନାକ୍ଷୀ କହିଛନ୍ତି ଯେ, ରାହୁଲ୍ ନିଜ ଇଚ୍ଛା ଅନୁସାରେ ମନ୍ତବ୍ୟକୁ କୋର୍ଟ କହିଛନ୍ତି ବୋଲି ବଣ୍ଣନା କରୁଛନ୍ତି। ଏହା କୋଟଙ୍କ ପାଇଁ ଏକ ଅବମାନନା।