ବିଚାରାଧୀନ ମାମଲାରେ ମିଡିଆ ଟ୍ରାଏଲ୍‌: ଓକିଲଙ୍କ ଉପରେ ଲାଗିପାରେ ସୁପ୍ରିମ୍‌କୋର୍ଟଙ୍କ ତୁଣ୍ଡି

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବିଚାରାଧୀନ ମାମଲାଗୁଡ଼ିକର ବିଚାର ମିଡିଆରେ ବଢ଼ିବାରେ ଲାଗିଛି। ଏହିପରି ସମୟରେ ଆବଶ୍ୟକ ସାକ୍ଷୀ ପ୍ରମାଣ ଏବଂ ସତ୍ୟାସତ୍ୟ ବିଚାର କରି ମାମଲାର ରହସ୍ୟ ଉନ୍ମୋଚନରେ ବାଧା ଉପୁଜୁଛି। ଏହା ଭାରତର ସବୁ କୋର୍ଟ ଅନୁଭବ କରିବା ପରେ ସୁପ୍ରିମ୍‌କୋର୍ଟ ଏ ନେଇ କଟକଣା ଲଗାଇବା ବାବଦରେ ଚିନ୍ତା କରୁଛନ୍ତି। ଆବଶ୍ୟକ ପଡ଼ିଲେ ମାମଲା ଓ କୋଟରୁମ୍‌ର ବିଚାର ପ୍ରପ୍ରକିୟା ବାବଦରେ ମିଡିଆ ଆଗରେ ବଖାଣୁଥିବା ଓକିଲଙ୍କ ମୁହରେ ତୁଣ୍ଡି ବାନ୍ଧିବା ଲାଗି ସୁପ୍ରିମ୍‌କୋର୍ଟ ଚିନ୍ତା କରୁଥିବା ଜଣାପଡ଼ିଛି।

ସ୍ଵାଧୀନତାର ଅର୍ଥ ନୁହେଁ ଯେ, ଦାୟିତ୍ଵହୀନତା। ବରଂ ସ୍ଵାଧୀନତା ଦାୟିତ୍ଵ ସଙ୍ଗେ ଆସିଥାଏ ବୋଲି ସୁପ୍ରିମ୍‌କୋର୍ଟଙ୍କ ବେଞ୍ଚ ବୁଧବାର ଅନୁଭବ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ ଦୈନିକ ‘ହିନ୍ଦୁ’ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ବିଚାରାଧୀନ ମାମଲା ଏବଂ ବିଚାରପତିମାନେ ଏହି ମାମଲାର କିପରି ବିଚାର କରୁଛନ୍ତି, ସେ ବାବଦରେ ଆଡ୍‌ଭୋକେଟ୍‌ମାନେ ସିଧାସଳଖ ମିଡିଆରେ ନିଜ ବୟାନ ରଖୁଛନ୍ତି। ଏହିଭଳି ବୟାନବାଜୀ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟ ଚିନ୍ତା କରୁଛନ୍ତି। ଏ ବାବଦରେ ସରକାର ଏବଂ ଅଟଣ୍ଣି ଜେନେରାଲ୍‌ଙ୍କ ଦ୍ଵାରା ଆଗତ ଏକ ମାମଲାକୁ ମଧ୍ୟ କୋର୍ଟ କରିଛନ୍ତି।’

ଜଷ୍ଟିସ୍‌ ଅରୁଣ ମିଶ୍ର ଏବଂ ନବୀନ ସିହ୍ନାଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ ଶୁଣାଣି ପାଇଁ ଆବେଦନ ଗ୍ରହଣ କରିଛନ୍ତି। ପ୍ରାଥମିକ ଆବେଦନ ଏବଂ ଯୁକ୍ତିରୁ କୋର୍ଟ ଅନୁଭବ କରିଛନ୍ତି ଯେ, ଯଦିଓ ମିଡିଆ ଓ କ୍ୟାମେରାକୁ ଏଡ଼ାଇବା କଷ୍ଟକର ତଥାପି ଏଥିଲାଗି ଏକ ଲକ୍ଷ୍ମଣରେଖା ରହିବା ଆବଶ୍ୟକ। ଏପରିକି କିଛି ଓକିଲ କାର୍ଜଯ୍ଜ୍‌ୟରତ ବିଚାରପତିଙ୍କୁ ଗାଳିଦେବା ଲାଗି ଟେଲିଭିଜନ୍‌ ସମୟ ବ୍ୟବହାର କରୁଛନ୍ତି ବୋଲି କୋର୍ଟ ଅନୁଭବ କରିଛନ୍ତି।

ଜଷ୍ଟିସ ମିଶ୍ର ଏ ସମ୍ପର୍କରେ କହିଛନ୍ତି, ‘ଯଦି ଓକିଲ ସମୁଦାୟ ତଥା ବାର୍‌ ବିଚାର ବ୍ୟବସ୍ଥାକୁ ହତ୍ୟା କରିବାକୁ ବାହାରିବେ ତେବେ କ’ଣ କରାଯାଇପାରିବ। ବିଚାର ବ୍ୟବସ୍ଥାକୁ ସୁରକ୍ଷିତ କରିବା ଦରକାର’

ମାନବାଧିକାର ଓକିଲ ପ୍ରଶଶନ୍ତ ଭୂଷଣଙ୍କ ମିଡିଆରେ ବ୍ରାନକୁ ଭିତ୍ତି କରି ଏହି ମାମଲା ଦାୟର ହୋଇଥିଲା। ସିବିଆଇ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କ ନିଯୁକ୍ତି ନେଇ ପ୍ରଶାନ୍ତ ମିଡିଆ ଓ ସାମାଜିକ ଗଣମାଧ୍ୟମରେ କୋର୍ଟକୁ ବିଭ୍ରାନ୍ତ କରାଯାଇଥିବା ନେଇ ବୟାନ ରଖିଥିଲେ। ଏପରିକି ଆଟଣ୍ଣିର୍ର୍ ଜେନେରାଲ୍‌ ଅତି ରଞ୍ଜିତ ତଥ୍ୟ ଉପସ୍ଥାପନ କରିଥିବା ନେଇ କହିଥିଲେ। ସରକାରଙ୍କ ପ୍ରତିନିଧିତ୍ଵ କରୁଥିବା ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା କହିଥିଲେ, ସବୁଦିନ ଆମେ ଦେଖୁଛୁ ଯେତେବେଳେ କୌଣସି ବିଚାର ପ୍ରକାଶ ପାଉଛଇ ତାହାକୁ ବିରୋଧ କରି ମିଡିଆ ଆଗରେ ଏହା ଏକ କଳାଦିବସ ବୋଲି ଅଭିହିତ କରାଯାଉଛି। ଏହାଦ୍ଵାରା କୋର୍ଟଙ୍କ ସମ୍ମାନ ହାନି ହେଉଛି।

ଏପରି ବ୍ୟବସ୍ଥାରେ କୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

ତୃଣମୂଳ ବନାମ ବିଜେପି ଲଢ଼େଇ ଚରମ ସୀମାରେ 

Leave a Reply

Your email address will not be published. Required fields are marked *