ଲକ୍‌ଡାଉନ୍‌ରେ ସମୟରେ ‘ଏକକ ରାସନ୍‌ କାର୍ଡ’ ବ୍ୟବହାର ପାଇଁ ସୁପ୍ରିମ୍‌ କୋର୍ଟଙ୍କ ପରାମଶ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌ ସମୟରେ ଏକକ ରାସନ୍‌ କାର୍ଡ ବ୍ୟବହାର ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏପରିକି ସରକାର ସ୍ଥିର କରିଥିବା ‘ ୱାନ୍‌ ନେସନ୍‌ ୱାନ୍‌ ରାସନ୍‌’ ଯୋଜନାକୁ ଏହି ବିପର୍ଯ୍ୟୟ ସକୟରେ ଆରମ୍ଭ କରାଯାଇ ପାରିବ କି ନା ସେ ସମ୍ପର୍କରେ ତର୍ଜମା କରିବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି। ଏହା ହେଲେ ବିଭିନ୍ନ ସ୍ଥାନରେ ଅଟକ ଥିବା ଶ୍ରମିକ ଓ ଅର୍ଥନୀତିକ ଦୁର୍ବଳ ଶ୍ରେଣୀର ଲୋକେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ସେମାନଙ୍କୁ ରାସନ୍‌ ପାଇଁ ଆଉ କୌଣସି ପ୍ରମାଣପତ୍ରର ଆବଶ୍ୟକ ପଡ଼ିବ ନାହିଁ।

ଜଷ୍ଟିସ୍‌ ଏନ୍‌ ଭି ରମଣା, ଜଷ୍ଟିସ୍‌ ସଞ୍ଜୟ କିଶନ୍‌ କୌଲ ଏବଂ ଜଷ୍ଟିସ୍‌ ବି ଆର୍‌ ଗବାଇଙ୍କ ଦ୍ଵାରା ଗଠିତ ଖଣ୍ଡପୀଠ ଏ ସମ୍ପର୍କରେ କହିଛନ୍ତି,  ଆମେ ଏହି କଠିନ ସମୟରେ ସମ୍ପୃକ୍ତ ଯୋଜନାର ପ୍ରଣୟନ ସମ୍ବନ୍ଧରେ ଆବଶ୍ୟକ ତର୍ଜମା କରିବା ପାଇଁ କେନ୍ଦ୍ର ସରକାରଘଙ୍କୁ ନିର୍ଦେଶ ଦେଉଛୁ।

ଆଡ୍‌ଭୋକେଟ୍‌ ରିପକ୍‌ କନ୍‌ସାଲ୍‌ଙ୍କ ଦ୍ଵାରା ଆଗତ ଏହି ନିବେଦନର ବିଚାର କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି। ଏହିପ୍ରକାର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ ଅଟକ ଥିବା ଶ୍ରମକି ଓ ଦୁର୍ବଳ ଅର୍ଥନୀତିକ ସ୍ତରର ଲୋକଙ୍କୁ ସହାୟକ ହେବ ବୋଲି ଆଶା କରିଛନ୍ତି।

କେନ୍ଦ୍ର ସରକାର ଜୁନ୍‌ ୧ ତାରିଖରୁ ଦେଶର ୨୦ଟି ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ସ୍ଥିର କରିଛନ୍ତି। ଯଦି ଲକ୍‌ଡାଉନ୍‌ ସମୟରେ ଏହି ବ୍ୟବସ୍ଥା ଲାଗୁ କରାଯାଆନ୍ତା ତେବେ ଯେଉଁ ହିତାଧିକାରୀମାନେ ଏବେ ଭଡ଼ା ଘରେ ବା କୌଣସି ଶିବିରରେ ଅଛନ୍ତି ସେମାନଙ୍କ ଲାଗି ଖାଦ୍ୟ ଯୋଗାଡ଼ କରିବା ଅସୁବିଧା ହୁଅନ୍ତା ନାହିଁ। ଏହା ସତ ଯେ, ଏହି ଶ୍ରେଣୀର ଲୋକେ ସରକାରୀ ସୁବିଧା ପାଉଛନ୍ତି କିନ୍ତୁ ସେମାନଙ୍କ ଖାଦ୍ୟ ଶସ୍ୟ ପାଇ ପାରୁ ନାହାନ୍ତି ବୋଲି ସେ କହିଛନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ 

କରୋନାଭାଇରସ୍ ଟୀକା ପାଇଁ ଆମେରିକା ଉପରେ ଚୀନ୍‌ର ସାଇବର ଆକ୍ରମଣ !

ଏଣିକି ଆକାଶପଥ ଯାତ୍ରା ପାଇଁ ମେଡିକାଲ ସାର୍ଟିଫିକେଟ୍‌ ଜରୁରୀ

କୋଭିଡ଼୍‌ -୧୯ ଜୀବାଣୁ ଭାରତରେ ରୂପ ପରିବର୍ତ୍ତନ କରି ଅଧିକ ବିପଜ୍ଜନକ ହେଉଛି

Leave a Reply

Your email address will not be published.