#କୋଭିଡ୍-୧୯: ଗଣମାଧ୍ୟମକୁ ତାଗିଦ୍‌ କଲେ ଏସ୍‌ସି

ନୂଆଦିଲ୍ଲୀ (ଓଟି): କରୋନା ମହାମାରୀ ସମ୍ପର୍କରେ ପ୍ରମାଣବିହୀନ ଖବର ପ୍ରସାରଣ କରନାହିଁ। ଏଥିପ୍ରତି ଯଥେଷ୍ଟ ସତର୍କ ରହୁ। ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଏଭଳି ପରାମର୍ଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଏଥିସହ ଉତ୍ତର ଦାୟିତ୍ୱବୋଧତା ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅଯଥାରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ନକରିବା ଲାଗି କୋର୍ଟ ରୁଲିଂ ଦେଇଛନ୍ତି।

ସମ୍ପ୍ରତି ଦେଶ ଲକ୍‌ଡାଉନ୍‌ରେ ରହିଛି। ତେବେ  ୩ ମାସ ପର୍ଯ୍ୟନ୍ତ ଏଭଳି ଲକ୍‌ଡାଉନ୍‌ ଚାଲିବ ବୋଲି ମିଥ୍ୟା ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଫଳରେ ସହରରେ କାମ କରୁଥିବା ବହୁସଂଖ୍ୟକ ଶ୍ରମିକ ସେମାନଙ୍କ ଘରକୁ ଯିବାକୁ ଭିଡ଼ ଜମାଇଥିଲେ। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଖବର କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସଙ୍କଟ ଆହୁରି ବଢ଼ିଯାଇଥିଲା। ତେବେ ଏଭଳି ଅଭାବନୀୟ ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମହାମାରୀ କରୋନା ସମ୍ପର୍କରେ ଗଣାମଧ୍ୟମରେ ଜାରି ରହିଥିବା ମୁକ୍ତ ଆଲୋଚନାରେ କେହି ହସ୍ତକ୍ଷେପ କରିବାକୁ ଚାହାନ୍ତି ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ପ୍ରକାଶ କରିଥିବାବେଳେ ଘଟଣାକ୍ରମ ସମ୍ପର୍କରେ ପ୍ରମାଣିତ ବିବରଣୀ ସଂଗ୍ରହ ପୂର୍ବକ ଖବର ପ୍ରକାଶ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published.