ଖରାଦିନେ ମୁଣ୍ଡବିନ୍ଧା ଓ ସନଷ୍ଟ୍ରୋକ୍ ଦୂର କରିବା ପାଇଁ ସରଳ ଟିପ୍ସ
ଖରାର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଏହା ସହିତ ବଢିଚାଲିଛି ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟା । ଅତ୍ୟଧିକ ଖରା ଯୋଗୁଁ ସନଷ୍ଟ୍ରୋକ୍ ହେବା କିମ୍ବା ମୁଣ୍ଡବିନ୍ଧା ସମସ୍ୟା ଅଧିକ ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ବାହାରକୁ ଯିବା ସମୟରେ ଛତା ଓ ପାଣି ବୋତଲ କିମ୍ବା ଓଦା ଗାମୁଛା ମୁଣ୍ଡରେ ପକାଇ ଯିବାପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହା ସହିତ ଏକ ଘରୋଇ ଉପଚାର ରହିଛି, ଯାହାଦ୍ୱାରା ଖରାଦିନିଆ ମୁଣ୍ଡବିନ୍ଧାକୁ ଆପଣ ସବୁଦିନ ପାଇଁ ଦୂରେଇ ଦେଇପାରିବେ । ଆସନ୍ତୁ ଜାଣିବା –
ପ୍ରଣାଳୀ – ରାତିରେ ଗୋଟିଏ ବାଉଲ୍ରେ କିଛି ମେଥି ଓ ଅଂଳା ନେଇ ଭିଜାନ୍ତୁ । ସକାଳେ ଏହାକୁ ବାଟି ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ମୁଣ୍ଡର ଠିକ୍ ମଝିରେ ଗାଢ ଭାବରେ ଲଗାଇଦିଅନ୍ତୁ । ପ୍ରାୟ ୧ ଘଣ୍ଟା ରଖିବା ପରେ ତାହାକୁ ଧୁଅନ୍ତୁ । ପ୍ରାୟ ୧୫ -୨୦ ଦିନ ପର୍ଯ୍ୟନ୍ତ ଏଭଳି କରନ୍ତୁ । ଧୀରେ ଧୀରେ ମୁଣ୍ଡବିନ୍ଧା ଦୂର ହେବା ସହିତ ସନଷ୍ଟ୍ରୋକ୍ ଆଶଙ୍କା ୬୦ ପ୍ରତିଶତ କମିଯିବ ।