ସନ୍ଧ୍ୟା ପରେ କାହାକୁ ଦିଅନ୍ତୁ ନାହିଁ ଏହି ୪ଟି ଜିନିଷ, ଆସିପାରେ ଦାରିଦ୍ର‌୍ୟତା

ଅନେକ ସମୟରେ ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରିବସୁ, ଯାହାଦ୍ୱାରା ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏଭଳି କିଛି କାମ ରହିଛି ଯାହାକୁ ସକାଳେ ଓ ସନ୍ଧ୍ୟାରେ କରିବା ଉଚିତ୍ ନୁହେଁ । ସନ୍ଧ୍ୟା ସମୟରେ ୪ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ କୃପାରୁ ବଂଚିତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତାହେଲେ ଆସନ୍ତୁ ଜାଣିବା ସେହି ୪ଟି ଜିନିଷ ସମ୍ପର୍କରେ –
୧- ସନ୍ଧ୍ୟା ପରେ ଖିର କିମ୍ବା ଦହି ଅନ୍ୟ କାହାକୁ ଦିଅନ୍ତୁ ନାହିଁ ।
୨- ସନ୍ଧ୍ୟା ସମୟରେ ଅନ୍ୟ କାହାକୁ ପିଆଜ ଦେବା ଦ୍ୱାରା ଖର୍ଚ୍ଚ ଅଧିକ ହୋଇଥାଏ ଏବଂ ଧାର କରଜ ସ୍ଥିତି ଉତ୍ପନ୍ନ ହୋଇଥାଏ ବୋଲି କୁହାଯାଏ ।
୩- ସନ୍ଧ୍ୟା ପରେ ହଳଦି କାହାକୁ ଦିଅନ୍ତୁ ନାହିଁ କିମ୍ବା କିଣିକରି ମଧ୍ୟ ଘରକୁ ଆଣନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଘରେ ଟଙ୍କାର ଅଭାବ ଦେଖାଯାଏ ।

Leave a Reply

Your email address will not be published.