’୯୦ ଦଶକକୁ ସନ୍ନିଙ୍କ ଛାତିଏ ସ୍ଵାଗତ
ମୁମ୍ବାଇ(ଓଟି): ଅଭିନେତ୍ରୀ ସନ୍ନି ଲିଓନି। ବିଭିନ୍ନ କାରଣରୁ ସବୁବେଲେ ଚର୍ଚ୍ଚାରେ ରହିଆସିଛନ୍ତି। ଲୋକପ୍ରିୟତା ବି କମ୍ ନାହିଁ, ପ୍ରଶଂସକ ସଂଖ୍ୟା ବି ଢେର୍ ଅଧିକ। ବିଶେଷକରି ନିଜର ସୌନ୍ଦର୍ଯ୍ୟ ଓ ସେକ୍ସି ଲୁକ୍ ପାଇଁ ତାଙ୍କର ଫଲୋର୍ସ ଏକ ପ୍ରକାର ପାଗଳ। ସୋସିଆଲ୍ ମିଡିଆରୁ ବ୍ଲଗ୍ ଆଉ ଅନ୍ୟ ଇଣ୍ଟର୍ନେଟ୍ ସର୍ଚ୍ଚ ଇଞ୍ଜିନ୍ରେ ମଧ୍ୟ ବହୁ ସଂଖ୍ୟକ ଲୋକେ ସନ୍ନିଙ୍କୁ ଖୋଜିଥାନ୍ତି। ତେବେ ନିକଟରେ ଏକ ଟି-ସାର୍ଟକୁ ନେଇ ସନ୍ନି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଆଉ ଅନେକ କହୁଛନ୍ତି- ସନ୍ନି ’୯୦ଦଶକକୁ ଫେରିଲେ! ସେହିପରି ଆଉ କେତକେ କହୁଛନ୍ତି ସନ୍ନି ୯୦ ଦଶକକୁ ଛାତିଏ ସ୍ଵାଗତ କଲେ!!
କଥାକଣ କି ସନ୍ନି ପିନ୍ଧିଥିବା ଏକ ଫଟୋରେ ଲେଖାଯାଇଛି- ବ୍ରିଙ୍ଗ୍ ବ୍ୟାକ୍ ଦ ନାଇଣ୍ଟିସ୍। ତେବେ ଏହାକୁ ନେଇ ଅନେକ ଭିନ୍ନ ଅର୍ଥ ପ୍ରକାଶ କଲେ। କିଏ କଣ ଭାବିବାକୁ ଲାଗିଲା। ଏହାପରେ ସନ୍ନି ନିଜ ଟୁଇଟର୍ ହ୍ୟାଣ୍ଡେଲ୍ରେ କହିଛନ୍ତି ଯେ- ଲୋକେ ତାଙ୍କ ଟି-ସାର୍ଟ ପଛରେ ପଡ଼ିଗଲେ, ହେଲେ ଡିଡି (ଦୂରଦର୍ଶନ)ରେ ପୁଣିଥରେ କଣ ଆସିଛି? ଅର୍ଥାତ୍ ନିକଟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଓ ମହାଭାରତ ଧାରାବାହିକ ପୁନଃ ପ୍ରସାରଣ ହେବାକୁ ନେଇ ସନ୍ନି ସୂଚିତ କରିଛନ୍ତି। ପୁଣିଥରେ ନବେ ଦଶକକୁ ଲୋକେ ଭଲ ପାଇଛନ୍ତି ବୋଲି ସେ ଦର୍ଶାଇବା ସହ ପ୍ରକାରାନ୍ତରେ ସ୍ଵାଗତ କରିଥିବା ସ୍ପଷ୍ଟ ହୋଇଛି।
କାନାଡ଼ାରେ ଜନ୍ମିତ ସନ୍ନିଙ୍କ ବଲିଉଡ୍ରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି ହୋଇସାରିଛି। ହଟ୍ ଲୁକ୍ ଆଉ ବୋଲ୍ଡ ଅଭିନୟ ପାଇଁ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାମାୟଣ ଓ ମହାଭାରତ ପରେ ଧାରାବାହିକ ‘ଶକ୍ତିମାନ୍’ ମଧ୍ୟ ଆସନ୍ତା ଏପ୍ରିଲ୍ ପହିଲାରୁ ଦିପହର ଗୋଟାଏରେ ପ୍ରସାରଣ ହେବାକୁ ଯାଉଛି।