‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ ଭି ଉତନୀ ଶାନଦାର ହୋଗୀ’।

‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ଭୀ ଉତନୀ ଶାନଦାର ହୋଗୀ’ ବୋଲି ବିଜୁ ଜନତା ଦଳର ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସୁନୀତା ବିଶ୍ୱାଳ।

ବର୍ତ୍ତମାନ ସୁନ୍ଦରଗଡରେ ବିଜେପିର ଜୁଏଲ ଓରାମ ସାଂସଦ ଅଛନ୍ତି। ତେଣୁ ଲଢ଼େଇ ଘମାଘୋଟ ହେବ ଓ ଏହାକୁ କେମିତି ସାମ୍ନା କରିବେ ବୋଲି ପ୍ରଶ୍ନର ଉତ୍ତରରେ ସୁନୀତା କହିଛନ୍ତି, ‘ଲଢ଼ାଇ ଜିତନୀ ଜୋରଦାର ହୋଗୀ, ଜିତ୍ ଭି ଉତନୀ ଶାନଦାର ହୋଗୀ’।

ଗତ କିଛି ଦିନ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ। ଆଜି ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଭାବେ ବିଜେଡିରୁ ଟିକେଟ ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ସେ ଭାରି ଖୁସିଥିବା କହିଛନ୍ତି।

ଯଦି ବାପା ଆପଣଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହୋଇ ଛିଡ଼ା ହୋଇପାରନ୍ତି। ସେଥିପାଇଁ ଆପଣ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ ହେବାରୁ ସୁନୀତା କହିଛନ୍ତି, ନିଶ୍ଚୟ, ଅଣ୍ଟା ଭିଡ଼ିଛି ଯେତେବେଳେ ଲଢ଼େଇ କରିବାକୁ ପଡ଼ିବ। ଯଦି ସେମିତି ହୁଏ ସେ ଲଢ଼େଇ ଅଧିକ ମଜାଦାର ହେବ।

Leave a Reply

Your email address will not be published.