#କୋଭିଡ୍-୧୯: କପିଳପ୍ରସାଦ-ଯଦୁପୁର ଅଞ୍ଚଳ ସିଲ୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଆଶୁ ପଦକ୍ଷେପ ନେଉଛନ୍ତି। ରାଜଧାନୀ ଭୁବନେଶ୍ଵରରେ ରବିବାର ଆଉ ୨ ଜଣ କରୋନା ସଂକ୍ରମିତ ଠାବ ହେବା ପରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳ ସିଲ୍‌ କରାଯିବା ଭଳି ରାଜଧାନୀ ଉପକଣ୍ଠ ୱାର୍ଡ ନଂ ୬୪ ଅନ୍ତର୍ଗତ ବିଭିନ୍ନ ରାଜସ୍ଵ ଅଞ୍ଚଳକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନଇେ ବିଏମ୍‌ସି  କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସବିଶେଷ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ସୁନ୍ଦରପଦା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଅନ୍ତର୍ଗତ ପାଲା ମଣ୍ଡପ ଛକ (ବେଗୁନିଆ) ଠାରୁ ଯଦୁପୁର ଗାଁ, ପାଣିଟାଙ୍କିଠାରୁ ଯଦୁପୁର ଗାଁ, ମେନ୍‌ରୋଡ୍‌ ଅଟୋ ଷ୍ଟାଣ୍ଡ୍‌ ଠାରୁ ଯଦୁପରୁ ଗାଁ ଏବଂ ଆମ୍ବେଦକର ଶିକ୍ଷାକେନ୍ଦ୍ର ଠାରୁ ଯଦୁପୁର ଗାଁ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ସମ୍ପୃକ୍ତ ଅଞ୍ଚଳର କୌଣସି ସଂସ୍ଥା, ଦୋକାନ ଆଦି ଖୋଲା ରହିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିପରି କୌଣସି ବ୍ୟକ୍ତି ଘରୁ ନବାହାରିବା ପାଇଁ କଡ଼ା କଟକଣା କରାଯାଇଛି।

Leave a Reply

Your email address will not be published. Required fields are marked *