#କୋଭିଡ୍-୧୯ କବଳରେ ସୁମୋ ରେସଲର୍
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ବିଶ୍ଵରେ ଭୟର ବାତାବରଣ ଖେଳି ଯାଇଛି। ସବୁଠି ସତର୍କ ଓ ସୁରକ୍ଷା ପାଇଁ ଚାଲିଛି ସକଳ ପ୍ରସ୍ତୁତି। ଏଭଳି ସ୍ଥିତିରେ ସାଧାରଣ ଭାବେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜଣଙ୍କ ଇମ୍ୟୁନିଟି ପାୱାର ବା ରୋଗ ପ୍ରତିରୋଧକ ଦକ୍ଷତା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ଜାପାନର ସର୍ବପୁରୁତାନ ସୁମୋ କ୍ରୀଡ଼ାର ଜଣେ ରେସଲର୍ ମଧ୍ୟ ମହାମାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ଜାପାନରେ ଭୟ ବଢ଼ି ଯାଇଛି।
ଜାପାନର ପୁରାତନ ଖେଳକୁ ସୁମୋକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଥିବାବେଳେ ବନ୍ଦ ଘର ମଧ୍ୟରେ କ୍ରୀଡ଼ା ମ୍ୟାଚ୍ କରାଯାଇଥିଲା। କିନ୍ତୁ ଜଣେ ରେସଲର କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ଆତଙ୍କ ଖେଳିଯାଇଛି। ଜାପାନର ସୁମୋ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରାନ୍ତ ରେସଲର ଜଣଙ୍କ ନିଜ ଘରେ ଆଇସୋଲେସନରେ ଅଛନ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିର୍ଦ୍ଦେଶରେ ଚଳୁଛନ୍ତି। ଅନ୍ୟପକ୍ଷରେ ଜାପାନରେ କରୋନା ଯୋଗୁଁ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୩୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏପରିକି ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ବନ୍ଦ କରିଦିଆଯାଇଛି।