ଖରାଦିନରେ ପିନ୍ଧିବେ କେଉଁ ରଙ୍ଗର ଡ୍ରେସ୍, ଜାଣନ୍ତୁ କାରଣ

ଧୀରେ ଧୀରେ ଖରା ବଢିଚାଲିଛି । ଗରମରୁ ରକ୍ଷା ପାଇବା ପାଇଁ କେବଳ କଟନ୍ ଓ ଢିଲା ପୋଷାକ ପିନ୍ଧିଦେଲେ ଯେ ଡ୍ରେସିଙ୍ଗ୍ ସେନ୍ସ ପୁରା ହୋଇଗଲା, ଏହା ଭାବିବା ଠିକ୍ ନୁହେଁ । ଖରାଦିନେ ନିଜକୁ ଫ୍ୟାଶନ୍ ଅପଡେଟ୍ ରଖିବାକୁ ହେଲେ ପରଫେକ୍ଟ ଡ୍ରେସ୍ ସହିତ ପରଫେକ୍ଟ ରଙ୍ଗକୁ ବିଶେଷ ଭାବେ ଦୃଷ୍ଟି ଦେବାକୁ ପଡ଼ିବ । ଏ ସମ୍ପର୍କରେ ଫ୍ୟାଶନ୍ ପଣ୍ଡିତମାନେ ଅନେକ କିଛି ଟିପ୍ସ୍ ଦେଇଥାନ୍ତି ।

ତାହେଲେ ଆସନ୍ତୁ ଆମେ ମଧ୍ୟ ଜାଣିନେବା ଯେ ଖରାଦିନେ କେଉଁ ରଙ୍ଗର ପୋଷାକକୁ ୱାର୍ଡ଼ରୋବରେ ସାମିଲ୍ କରିବା ଓ କାହିଁକି –
୧- ହଳଦିଆ
ଖରାଦିନରେ ନିଜକୁ ଏକ ଷ୍ଟାଇଲିସ୍ ଲୁକ୍ ଦେବାକୁ ଚାହୁଁଥିଲେ ହଳଦିଆ ରଙ୍ଗ ହେଉଛି ଏକ ପରଫେକ୍ଟ ଚଏସ୍ । ଏହି ରଙ୍ଗର ଯେ କୌଣସି ସେଡ୍ ଆପଣଙ୍କୁ ସହଜରେ ମାର୍କେଟରେ ମିଳିପାରିବ । ଏହି ରଙ୍ଗର କୂର୍ତ୍ତି କିମ୍ବା ଦୁପଟା ଆପଣଙ୍କୁ ଫ୍ୟାଶନେବୁଲ୍ କରାଇବ । ଏହା ବ୍ୟତୀତ ହାଲ୍କା ହଳଦିଆ ରଙ୍ଗର ଫ୍ଲୋରାଲ୍ ପ୍ରିଣ୍ଟ୍ରେଡ୍ ଟପ୍ କିମ୍ବା ମେକ୍ସି ଡ୍ରେସ୍ ଖରାଦିନ ପାଇଁ ଏକ ଭଲ ବିକଳ୍ପ । ଏହା ଖରାଦିନେ ଶିତଳତା ପ୍ରଦାନ କରିଥାଏ ।
୨- ପିଙ୍କ୍
ଯେ କୌଣସି ଋତୁ ହେଉନା କାହିଁକି ପିଙ୍କ୍ ରଙ୍ଗ ସବୁବେଳେ ଚାହିଦାରେ ରହିଆସିଛି । ଖରଦିନରେ ପାର୍ଟି, ଉତ୍ସବ, ଫରମାଲ୍ କିମ୍ବା ଆଉଟିଙ୍ଗ୍, ସବୁ କ୍ଷେତ୍ରରେ ପିଙ୍କ୍ ରଙ୍ଗର ଡ୍ରେସ୍ ଆପଣଙ୍କ ପାଇଁ ଆଣିଦେବ ଏକ ନିଆରା ଷ୍ଟାଇଲ୍ । ଏହି ରଙ୍ଗରେ ଆପଣ ଡ୍ରେସ୍ ବ୍ୟତୀତ କ୍ୟାପ୍, ପର୍ସ ଓ ଫୁଟୱେର୍ ମଧ୍ୟ ଚଏସ୍ କରିପାରିବେ । ପିଙ୍କ୍ ଏକ ହାଲ୍କା ରଙ୍ଗ ହୋଇଥିବାରୁ ଏହା ତାପ ବିକିରଣ କରି ଶରୀରକୁ ଥଣ୍ଡା ରଖିବାରେ ଖୁବ୍ ସହାୟକ ।
୩- ନୀଳ
ଖରାଦିନେ ଷ୍ଟାଇଲିସ୍ ସହିତ କୁଲ୍ ଲୁକ୍ ଚାହୁଁଥିଲେ ନୀଳ ରଙ୍ଗକୁ ଚଏସ୍ କରିବା ପାଇଁ ଫ୍ୟାଶନ୍ ଡିଜାଇନର୍ମାନେ ମତ ଦେଇଥାନ୍ତି । ଏହି ରଙ୍ଗ ଚାହୁଁଥିଲେ ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ଡେନିମ୍ । ଡେନିମର ଯେ କୌଣସି ପୋଷାକ ଆପଣଙ୍କ ଖରାଦିନିଆ ଡ୍ରେସିଙ୍ଗ୍ ସେନ୍ସ ପୁରଣ କରିପାରିବ । ହାଲ୍କା ନୀଳ ରଙ୍ଗର ଜିନ୍ସ, ସର୍ଟସ୍, ସ୍ଲିଭଲେସ୍ ଜ୍ୟାକେଟ୍, ସ୍କର୍ଟ କିମ୍ବା ଟାଉଜର୍ସ ଡ୍ରେସକୁ ଆପଣ ଖରାଦିନରେ ନିଶ୍ଚିତ ଭାବେ ଆପଣଙ୍କ ୱାର୍ଡ଼ରୋବରେ ସାମିଲ କରନ୍ତୁ ।

Leave a Reply

Your email address will not be published. Required fields are marked *