ଖରାଛୁଟିକୁ ଆଖିରେ ରଖି ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କଲା ପୂର୍ବତଟ ରେଳବାଇ
ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମା ରୁ ଓ ଏହାର ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି ଯାହା ଫଳରେ ଅଧିକ ସୁନିଶ୍ଚିତ ବର୍ଥ ସୃଷ୍ଟିହୋଇପାରିବ I ଏହି ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା ପୁରୀ-ସନ୍ତ୍ରାଗାଛି-ପୁରୀ, ପୁରୀ-ହବିବଗଞ୍ଜ-ପୁରୀ, ଅନୁଗୁଳ ଓ ଭଦ୍ରକ ମାର୍ଗ ଦେଇ ସମ୍ବଲପୁର-ଶାଲୀମାର-ସମ୍ବଲପୁର, ରାଇଗଡ଼-ସମ୍ବଲପୁର-ରାଇଗଡ଼, ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ଭାୟା ରାୟଗଡା, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ଭୁବନେଶ୍ୱର ଓ କେନ୍ଦୁଝର ମାର୍ଗ ଦେଇ କାଚେଗୁଡା-ଟାଟା-କାଚେଗୁଡା, ବିଶାଖାପାଟଣା-ସିକନ୍ଦରାବାଦ, ବିଶାଖାପାଟଣା-ତିରୁପତି ଇତ୍ୟାଦି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ।
ଏହା ବ୍ୟତୀତ ଯାତ୍ରୀ ଭିଡକୁ ନଜର ଦେଇ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା ଥିବାବେଳେ ବହୁଗୁଡ଼ିଏ ଗୁରୁତ୍ୱପୂର୍ଣ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଅଛି ଯାହା ଫଳରେ ଅଧିକ ବର୍ଥ ଶୃଷ୍ଟିକରଯାଇପାରିବ।
ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଟ୍ରେନ :
୦୮୪୦୩/୦୮୪୦୪ ପୁରୀ-ସନ୍ତ୍ରାଗାଛି-ପୁରୀ ସ୍ୱତନ୍ତ୍ର ଭଡା ଟ୍ରେନ ପୁରୀଠାରୁ ୨୦୧୯ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ରାତ୍ର ୯ ଘ. ୨୫ ମି.ରେ ଛାଡିବାକୁ ଥିବାବେଳେ ସନ୍ତ୍ରାଗାଛି ଠାରୁ ଏହା ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ସନ୍ଧ୍ୟା ୭ଘ.୧୦ ମି.ରେ ଛାଡିବ I
ପୁରୀ-ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ :
୦୧୬୬୨/01661 ପୁରୀ-ହବିବଗଞ୍ଜ-ପୁରୀ ସ୍ୱତନ୍ତ୍ର ଟ୍ରେନ ପୁରୀଠାରୁ ୨୦୧୯ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ପୂର୍ବାହ୍ନ 11ଘ. ୧୫ ମି.ରେ ଛାଡିବାକୁ ଥିବାବେଳେ ହବିବଗଞ୍ଜ ଠାରୁ ଏହା ଜୁନ ମାସ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ସକାଳ ୭ଘ.୨୦ ମି.ରେ ଛାଡିବ I
ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ :
୦୮୩୦୧/୦୮୩୦୨ ସମ୍ବଲପୁର-ବନସବାଡ଼ି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ସମ୍ବଲପୁରଠାରୁ ୨୦୧୯ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ପୂର୍ବାହ୍ନ ୯ଘ.୩୦ମି.ରେ ଛାଡିବାକୁ ଥିବାବେଳେ ବନସବାଡ଼ିଠାରୁ ଏହା ଜୁନ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାର ରାତ୍ର ୧୧ଘ.୩୦ ମି.ରେ ଛାଡିବ I
ଶାଲୀମାର-ସମ୍ବଲପୁର-ଶାଲୀମାର ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ:
୦୮୦୨୫/08026 ଶାଲୀମାର-ସମ୍ବଲପୁର-ଶାଲୀମାର ତ୍ରି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଶାଲୀମାରଠାରୁ ୨୦୧୯ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ରାତ୍ର ୯ଘ.୫୫ମି.ରେ ଛାଡିବାକୁ ଥିବାବେଳେ ସମ୍ବଲପୁରଠାରୁ ଏହା ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ରାତ୍ର ୮ଘ.୦୫ମି.ରେ ଛାଡିବ I
ରାଇଗଡ଼-ସମ୍ବଲପୁର-ରାଇଗଡ଼ ସ୍ୱତନ୍ତ୍ର ଟ୍ରେନ
୦୨୪୧୦/୦୧୪୦୯ ସପ୍ତାହକୁ ୫ ଦିନ ଚଳାଚଳ କରିବାକୁଥିବା ରାଇଗଡ଼-ସମ୍ବଲପୁର-ରାଇଗଡ଼ ସ୍ୱତନ୍ତ୍ର ଟ୍ରେନ ରାଇଗଡ଼ଠାରୁ ୨୦୧୯ ମାର୍ଚ୍ଚ ମାସ ୧୭ ତାରିଖ ଠାରୁ ପ୍ରତି ସୋମବାର ଓ ଶନିବାର କୁ ଛାଡି ପ୍ରତିଦିନ ସନ୍ଧ୍ୟା ୭ଘ.୧୫ମି.ରେ ଛାଡୁଥିବାବେଳେ ସମ୍ବଲପୁରଠାରୁ ଏହା ମାର୍ଚ୍ଚ ମାସ ୧୮ ତାରିଖ ଠାରୁ ପ୍ରତି ମଙ୍ଗଳବାର ଓ ରବିବାରକୁ ଛାଡି ପ୍ରତିଦିନ ରାତ୍ର ୧୨ଘ.୩୦ମି. ରେ ଛାଡିବା I
ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ
୦୬୦୧୦/୦୬୦୦୯ ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ ସ୍ୱତନ୍ତ୍ର ଟ୍ରେନ ପୁଡୁଚେରୀଠାରୁ ୨୦୧୯ ଜୁନ ମାସ ୨୯ ତାରିଖ ପର୍ଯ୍ୟନ୍ତ ପ୍ରତି ଶନିବାର ସନ୍ଧ୍ୟା ୬ଘ.୪୫ମି.ରେ ଛାଡିବାକୁ ଥିବାବେଳେ ସନ୍ତ୍ରାଗାଛିଠାରୁ ଏହା ଜୁଲାଇ ମାସ ପହିଲା ପର୍ଯ୍ୟନ୍ତ ପ୍ରତି ସୋମବାର ଅପରାହ୍ନ ୨ଘ.୧୦ ମି.ରେ ଛାଡିବ I
ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ
୦୬୦୫୮/୦୬୦୫୭ ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର ଟ୍ରେନ ଚେନ୍ନାଇଠାରୁ ୨୦୧୯ ଜୁନ ମାସ ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଧବାର ଅପରାହ୍ନ ୩ଘ.୧୫ମି.ରେ ଛାଡିବାକୁ ଥିବାବେଳେ ସନ୍ତ୍ରାଗାଛିଠାରୁ ଏହା ଜୁନ ମାସ ୨୭ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାର ରାତ୍ର ୧୧ଘ.୫୦ ମି.ରେ ଛାଡିବ I
କାଚେଗୁଡା-ଟାଟା-କାଚେଗୁଡା ସ୍ୱତନ୍ତ୍ର ଟ୍ରେନ
୦୭୪୩୮/୦୭୪୩୭ କାଚେଗୁଡା-ଟାଟା-କାଚେଗୁଡା ସ୍ୱତନ୍ତ୍ର ଟ୍ରେନ କାଚେଗୁଡାଠାରୁ ୨୦୧୯ ଜୁନ ମାସ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତି ସୋମବାର ଅପରାହ୍ନ ୧ଘଟୀକାରେ ଛାଡିବାକୁ ଥିବାବେଳେ ଟାଟା ଠାରୁ ଏହା ଜୁନ ମାସ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ରାତ୍ର ୧୦ଘ.୫୦ ମି.ରେ ଛାଡିବ I
ଏହା ବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ବିଶାଖାପାଟଣା ଠାରୁ ସିକନ୍ଦରାବାଦ, ତିରୁପତି, କାଚେଗୁଡା କୁ ମଧ୍ୟ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଅଛି।