ଆଇଏମ୍‍ଏସ ଓ ସମ୍ ହସପିଟାଲ୍ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ

ଭୁବନେଶ୍ୱର, (ଓଟି) : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଏବଂ ସମ୍ ହସପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ପୁରସ୍କୃତ କରାଯାଇଛି । ଗୁରୁବାର ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ଆଫେୟାର୍ସ ବିଭାଗ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ସୋଆର ସଭାପତି ମନୋଜରଞ୍ଜନ ନାୟକଙ୍କୁ ସିକ୍ସ ସିଗ୍ମା ହେଲ୍ଥକେୟାର ଏକ୍ସିଲେନ୍ସ ଆୱାଡ – ୨୦୧୯ ରେ ସମ୍ମାନିତ କରିଛନ୍ତି ।
ଏହି ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଇ.ଏମ.ଏସ ଓ ସମ୍ ହସପିଟାଲ୍ର ଭଳି ଡାକ୍ତରଖାନା ଗୁଡିକରେ ଉତ୍ତମ କାର୍ଯ୍ୟକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଉଚ୍ଚ ପ୍ରଶଂସା କରିଥିଲେ । ସେ ଆହୁରି କହିଥିଲେ ଯେ ଡାଇବେଟିସ୍, ହାଇପରଟେନସନ୍, ହୃଦରୋଗ, କ୍ୟାନସର ଏବଂ କିଡ୍ନୀ ରୋଗ ଭଳି ନନ୍ କମ୍ୟୁନିକେବୁଲ୍ ଡିଜିଜେସରୁ ଯୁବ ପିଢ଼ିଙ୍କୁ ରକ୍ଷା କରିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାର ଆବଶ୍ୟକତା ରହିଛି ।
ଯେଉଁ ଅନୁଷ୍ଠାନ ମାନେ ଭଲ କାମ କରିଛନ୍ତି ସିକ୍ସ ସିଗ୍ମା ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଉଥିବାରୁ ଶ୍ରୀ ଠାକୁର ଖୁସି ବ୍ୟକ୍ତ କରିଥିଲେ । ସିକ୍ସ ସିଗ୍ମା ହେଲ୍ଥ କେୟାର ଭାରତୀୟ ସ୍ଥଳ ସେନା ସହ ଉଚ୍ଚ ଶିଖରରେ କାର୍ଯ୍ୟକରୁଥିବା ସୈନ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

Leave a Reply

Your email address will not be published.