ସମ‌୍‍ ହସ୍ପିଟାଲ‌୍‍ରେ ଅତ୍ୟାଧୁନିକ ପୋଏମ‌୍‍ ପଦ୍ଧତି ଦ୍ୱାରା ଆକାଲାସିଆ କାର୍ଡିଆ ରୋଗର ଚିକିତ୍ସା

ଶିକ୍ଷା ଓ ଅନୁସନ୍ଧାନ (ଡିମ‌୍‍ଡ ଟୁ ବି ୟୁନିଭର୍ସିଟି) ଅର୍ନ୍ତଗତ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ମେଡିକାଲ‌୍‍ ସାଇନ୍ସ ଆଣ୍ଡ ସମ‌୍‍ ହସ୍ପିଟାଲ‌୍‍ରେ ଆକାଲାସିଆ କାର୍ଡିଆ ରୋଗର ଚିକିତ୍ସା ପାଇଁ ଅଭିନବ ପୋଏମ‌୍‍ ପଦ୍ଧତି ଆରମ୍ଭ କରାଯାଇଛି। ହସ୍ପିଟାଲ‌୍‍ର ଗ୍ୟାଲ୍ପ୍ରୋଏନ‌୍‍ଟେରୋଲୋଜି ବିଭାଗ ପକ୍ଷରୁ ୧୬ ଜଣ ରୋଗୀଙ୍କୁ ପର‌୍‍ ଓରାଲ‌୍‍ ଏଣ୍ଡୋସ୍କୋପିକ‌୍‍ ମାୟୋଟୋମି (ପୋଏମ‌୍‍) ଟେକ୍ନୋଲୋଜି ମାଧ୍ୟମରେ ଚିକିତ୍ସା କରାଯାଇଛି। ଜାପାନ‌୍‍ରେ ପ୍ରଥମେ ଉଦ‌୍‍ଭାବନ ହୋଇଥିବା ଏହି ପଦ୍ଧତିକୁ ଥାର୍ଡ ସ୍ପେସ‌୍‍ ଏଣ୍ଡୋସ୍କୋପିକ‌୍‍ ଟନେଲ‌୍‍ ସର୍ଜରୀ ମଧ୍ୟ କୁହାଯାଇଥାଏ।

ଖାଦ୍ୟନଳୀର କିଛି ନ୍ୟୁରନ‌୍‍ ଦେଖା ନଗଲେ ମଣିଷ ଆକାଲାସିଆ କାର୍ଡିଆ ରୋଗର ଶିକାର ହୋଇଥାନ୍ତି। ଏହା ଦ୍ୱାରା ଖାଦ୍ୟନଳୀ କାମ କରିନଥାଏ ଏବଂ ମଣିଷ ଖାଦ୍ୟ କିମ୍ୱା ପାନୀୟ ଶରୀରକୁ ନେବାରେ ସକ୍ଷମ ହୋଇପାରିନଥାଏ। ଏପରିକି ଖାଦ୍ୟ ମଣିଷ ଶରୀରର ଫୁସ‌୍‍ଫୁସ‌୍‍ରେ ପ୍ରବେଶ କରି ବିପଦ ସୃଷ୍ଟି କରେ।

ପୂର୍ବରୁ ଏହି ରୋଗର ଚିକିତ୍ସା ପ୍ରଣାଳୀ ଭିନ୍ନ ଥିଲା। ନିଓମାଟିକ‌୍‍ ଡାଇଲେଟେସନ‌୍‍ କିମ୍ୱା ହେଲେର‌୍‍ ମାୟୋଟୋମି ଦ୍ୱାରା ଚିକିତ୍ସା କରାଯାଇଥାଏ। ନିଓମାଟିକ‌୍‍ ଡାଇଲେଟେସନ‌୍‍ ପଦ୍ଧତିରେ ଅନେକ ସମସ୍ୟା ରହିଥିବା ବେଳେ ହେଲେର‌୍‍ ମାୟୋଟୋମି ପଦ୍ଧତିରେ ଛାତିରୁ ତଳି ପେଟ ଯାଏ କଟାଯାଇ ଅପରେସନ‌୍‍ କରାଯାଇଥାଏ।

ତେବେ ପୋଏମ‌୍‍ ଏକ ନୂତନ ପଦ୍ଧତି ଯାହା ମାଧ୍ୟମରେ ମ୍ୟୁକୋସାଲ‌୍‍ ଏବଂ ମସଲ‌୍‍ ଲେୟାର‌୍‍ ମଧ୍ୟରେ ଏକ ଟନେଲ‌୍‍ ସୃଷ୍ଟି କରାଯାଏ। ପାଟି ବାଟ ଦେଇ ଖୁବ‌୍‍ ନିରାପଦ ଭାବେ ଏହି ସର୍ଜରୀ କରାଯାଇଥାଏ। ଅପରେସନ‌୍‍ ପରେ ରୋଗୀକୁ ମାତ୍ର ଗୋଟିଏ ଦିନ ପାଇଁ ହସ୍ପିଟାଲ‌୍‍ରେ ରଖାଯାଇଥାଏ ବୋଲି ଏହି ଚିକିତ୍ସା ପଦ୍ଧତିର ନେତୃତ୍ୱ ନେଇଥିବା ସମ‌୍‍ ହସ୍ପିଟାଲ‌୍‍ର ଗ୍ୟାଷ୍ଟ୍ରୋଏନ‌୍‍ଟେରୋଲୋଜି ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାହୁ କହିଛନ୍ତି।

ଯଦିଓ ବଡ଼ ବଡ଼ ସହରରେ ଏହି ପଦ୍ଧତି ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ, ପୂର୍ବ ଭାରତର ପ୍ରଥମ ହସ୍ପିଟାଲ‌୍‍ ଭାବେ ଆଇଏମ‌୍‍ଏସ‌୍‍ ଆଣ୍ଡ ସମ‌୍‍ ହସ୍ପିଟାଲ‌୍‍ରେ ୧୬ ଜଣ ରୋଗୀଙ୍କ ଉପରେ ସଫଳତାର ସହ ଏହି ଚିକିତ୍ସା ପଦ୍ଧତି ବ୍ୟବହାର କରାଯାଇଛି। ଏହି ଚିକିତ୍ସା ନିମନ୍ତେ ରୋଗୀ ପିଛା ମାତ୍ର ୧୦ ହଜାର ଖର୍ଚ୍ଚ ହୋଇଛି ଏବଂ ସମସ୍ତେ ସୁସ୍ଥ ଥିବା ଡ. ସାହୁ କହିଛନ୍ତି। ରେଜିଷ୍ଟାଣ୍ଟ ଗ୍ୟାଷ୍ଟ୍ରୋ ପାରେସିସ‌୍‍ ଏବଂ ହିର୍ସପ୍ରଙ୍ଗ‌୍‍ ରୋଗ ପାଇଁ ମଧ୍ୟ ସମାନ‌୍‍ ପ୍ରକାର ଟନେଲ‌୍‍ ସର୍ଜରୀ ଉପଯୋଗ କରାଯାଇପାରିବ ବୋଲି ଡ. ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *