ସୁକମା ସଂଘର୍ଷ: ୧୭ ଯବାନ ସହିଦ

ଜଗଦଲପୁର (ଓଟି): ମହାମାରୀ କରୋନା ଆତଙ୍କ ଲାଗି ରହିଛି। ଏଭଳି ସ୍ଥିତିରେ ନିଜ ଜୀବନକୁ ଉତ୍ସର୍ଗ କରି ଦେଶର ସୁରକ୍ଷା ପାଇଁ ଯବାନମାନେ ଲାଗିପଡ଼ିଛନ୍ତି। ଏହିକ୍ରମରେ ଛତିଶଗଡ଼-ସୁକମାରେ ଶନିବାର ନକ୍ସଲଙ୍କ ସହ ସଂଘର୍ଷ କରିଥିଲେ ଯବାନ। ଏଥିରେ ୧୪ ଯବାନ ଆହତ ହୋଇଥିବାବେଳେ ୧୭ଜଣ ଯବାନ ନିଖୋଜ ହୋଇଯାଇଥିଲେ। ତେବେ ଆଜି ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସେ ମଧ୍ୟରେ ୫ ଏସ୍‌ଟିଏଫ୍ ଓ ୧୨ ଡିଆର୍‌ଜି ଯବାନ ସହିଦ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଶନିବାର ଛତିଶଗଡ଼ ସ୍ଥିତ ସୁକମା ଚିନ୍ତାଗୁଫାରେ ଯବାନ- ମାଓବାଦୀଙ୍କ ମଧ୍ୟରେ ଗୁଳିୁବନିମୟ ହୋଇଥିଲା। ଏଥିରେ ୧୪ଜଣ ଯବାନ ଆହତ ହୋଇଥିଲେ ଏବଂ ୧୭ଜଣ ଯବାନ ନିଖୋଜ ରହିଥିଲେ। ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାବେଳେ ୧୯ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖବର ମିଳିନଥିଲା। ପରେ ଆଜି ଯବାନମାନଙ୍କ ମୃତଦେହ ମିଳିଛି। ଅନ୍ୟପକ୍ଷରେ ଗୁଳିବିନିମୟ ଫଳରେ ଆହତ ହୋଇଥିବା ଯବାନମାନଙ୍କ ଅବସ୍ଥା ଗୁରୁତର ହେବା ପରେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଛତିଶଗଡ଼ ଡିଜିପି ଡିଏମ୍‌ ଆୱସ୍ତି ସୂଚନା ଦେଇଥିଲେ। ନକ୍ସଲଙ୍କ ଗତିବିଧି ନେଇ ଡିଆଇଜି ଓ କୋବ୍ରା ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।

Leave a Reply

Your email address will not be published.