ସୁହାନା ଖାନଙ୍କ ଜବରଦସ୍ତ ଡ୍ୟାନ୍ସ ପ୍ରାକ୍ଟିସ୍, ଭିଡିଓ ଭାଇରାଲ୍

ବିଦେଶରୁ ଗ୍ରାଜୁଏସନ୍ ସାରି ଆସିବା ପରେ କିଙ୍ଗ୍ ଖାନଙ୍କ ସୁପୁତ୍ରି କୌଣସି ନା କୌଣସି କାରଣ ପାଇଁ ମନୋରଞ୍ଜନ ପୃଷ୍ଠା ମଣ୍ଡନ କରିଆସୁଛନ୍ତି । ଏବେ ସୁହାନାଙ୍କ ଆଉ କିଛି ଫଟୋ ଚର୍ଚ୍ଚାରେ ରହିଛି । ସେହି ସବୁ ଫଟୋ ଗୁଡ଼ିକରେ ସୁହାନାଙ୍କ ଡ୍ୟାନ୍ସ ମୁଭମେଣ୍ଟ୍ ଦେଖିବାକୁ ମିଳିଛି । କଲେଜରେ ଏକ ପ୍ଲେ ପାଇଁ ସୁହାନା ରିହରସାଲ୍ କରୁଥିବା ସମୟର ସେସବୁ ଫଟୋ ଓ ଭିଡିଓ ଏବେ ସିନେପ୍ରେମୀଙ୍କୁ ଓ କିଙ୍ଗଖାନଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ହେଉଛି । ସେହି ଫଟୋ ମାଧ୍ୟମରେ ସୁହାନା ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ।

ସୁହାନା ବଲିଲଡରେ ପାଦ ଥାପିବେ ବୋଲି ଅନେକ ଦିନରୁ ଶୁଣାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ଖବର ମିଳିପାରିନାହିଁ । କରଣ ଜୋହର୍ ସୁହାନାଙ୍କୁ ବ୍ରେକ୍ ଦେବେ ବୋଲି ଚର୍ଚ୍ଚା ହୋଇଥିଲା । ଏହାର କୌଣସି ଔପଚାରିକ ଘୋଷଣା ହୋଇନାହିଁ । ତଥାପି ସୁହାନାଙ୍କୁ ପରଦା ଉପରେ ଦେଖିବା ପାଇଁ ଶାହରୁଖଙ୍କ ପ୍ରଶଂସକ ଅନେଇ ବସିଛନ୍ତି ଏବଂ ସୁହାନାଙ୍କ ସେହି ଡ୍ୟାନ୍ସ ପ୍ରାକ୍ଟିସ୍ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *