ବିଜେଡିରେ ଯୋଗଦେବେ ସୁବାସ ଚୌହାନ

ଖବର ପକ୍କା। ପୂର୍ବତନ ବିଜେପି ନେତା, ବରଗଡ଼ ସାଂସଦ ପ୍ରାର୍ଥୀ ଆଶାୟୀ କଟ୍ଟର ହିନ୍ଦୁତ୍ଵବାଦୀ ସୁବାସ ଚୌହାନ ବିଜେଡିରେ ଯୋଗଦେବେ। ଏଥିଲାଗି ନବୀନ ନିବାସରେ ସ୍ଵତନ୍ତ୍ର ଆୟୋଜନ ହୋଇଛି। ସୁବାସ ନିଜେ ବି ଭୁବନେଶ୍ଵରରେ ଉପସ୍ଥିତ ଅଛନ୍ତି। ସକାଳ ସାଢ଼େ ୧୧ଟାବେଳେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୁବାସ ଏହି ସୂଚନାକୁ ସମର୍ଥନ ବି କରିଛନ୍ତି।

କିନ୍ତୁ ସେ ପ୍ରାର୍ଥୀ ହେବା ନେଇ କୌଣସି ସୂଚନା ନାହିଁ। ଅର୍ଥାତ୍‌ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ବିଜେପିର ଜଣେ ନିର୍ଦିଷ୍ଟ ନେତାଙ୍କୁ ପାଣି ପିଆଇବା ତଥା ପଶ୍ଚିମ ଓଡ଼ିଶାରେ ତାର ପ୍ରତିଶୋଧ ନେବାକୁ ଚାହିଁବେ ବୋଲି ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି।

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ଆଡଭାନୀଙ୍କ ପରେ ମୁରଲୀ ମନୋହର ଯୋଶୀଙ୍କ ଟିକେଟ୍ କାଟିଲା ବିଜେପି

Leave a Reply

Your email address will not be published. Required fields are marked *