ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ବରଗଡ଼ରୁ ଟିକେଟରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ସୁବାସ ଚନ୍ଦ୍ର ଚୌହ୍ଵାନ ଆଜି ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଶ୍ରୀ ଚୌହ୍ଵାନ୍‌ ଦଳର ଉପସଭାପତି ସମୀର ମହାନ୍ତିଙ୍କୁ ନିଜର ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି।

ଶ୍ରୀ ଚୌହ୍ଵାନ ଗତଥର ବରଗଡ଼ ଲୋକସଭା ଆସନରୁ ଦଳର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ତେବେ। ସେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାସ ସିଂଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ଏଥର ସେ ବରଗଡ଼ରୁ ପୁଣି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଏଥର ବରଗଡ଼ରୁ ଦଳୀୟ ଟିକେଟ ନ ନେଇ ଦଳର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି। ଏଥିରେ ଅସନ୍ତୁଷ୍ଟ ହୋଇ ତାଙ୍କର ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ।

ରେ ତାଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଦଳର ରାଜ୍ୟ ଉପସଭାପତି ପଦ ଯଚା ଯାଇଥିଲା। ତାଙ୍କୁ ମଧ୍ୟ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ଲଢିବାକୁ କୁହାଯାଇଥିଲା। କିନ୍ତୁ ସେ ସେଥିରେ ରାଜି ନ ହୋଇ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢନ୍ତୁ ବୋଲି ଓଲଟା ପ୍ରସ୍ତାବ ଦେଇଥିଲେ। ଆଜି ଶ୍ରୀ ଚୌହ୍ଵାନ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ,ଟିକେଟ ନ ଦେଇ ଦଳ ତାଙ୍କୁ ଅପମାନିତ କରିଛି। ତାଙ୍କୁ ଦଳ ଛାଡିବା ପାଇଁ ରାଜ୍ୟର ନେତାମାନେ ବାଧ୍ୟ କରିଛନ୍ତି।

ଖାଲି ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି

ଖାଲି ପ୍ରଚାର କଲେ କି ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି। ବିଜେପି ରାଜ୍ୟ ଉପସଭାପତି ସୁବାସ ଚୌହାନ ଦଳରୁ ଇସ୍ତଫା ଦେବା ପରେ ଏହା କହିଛନ୍ତି। ଗତ ନିର୍ବାଚନରେ ବରଗଡ଼ରୁ ପ୍ରାର୍ଥୀ ହୋଇଥିବା ସୁବାସ ଚଳିତ ବର୍ଷ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିଲେ। ସୁବାସଙ୍କୁ ଏଥର ବିଜେପି ପକ୍ଷରୁ ବରଗଡ଼ରୁ ଟିକେଟ ଦିଆଯାଇନାହିଁ । ତେବେ ତାଙ୍କ ପ୍ରତି ଷଡ଼ଯନ୍ତ୍ର ହୋଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ଗତ ଥର ମୁଁ ସର୍ବାଧିକ ଭୋଟ ପାଇଥିଲି। ହେଲେ ଷଡ଼ଯନ୍ତ୍ର ପାଇଁ ହାରିଲି। ଏଥର ଷଡ଼ଯନ୍ତ୍ର କରି ମୋ ଟିକେଟ କାଟି ଦିଆଗଲା। ୧୨ ହଜାର ଭୋଟ ପାଇଥିବା ଲୋକ ଟିକେଟ ପାଇଛନ୍ତି। ତେବେ ଖାଲି ପ୍ରଚାର କଲେ ଓ ଉଜ୍ଜ୍ୱଳା ଗ୍ୟାସ ବାଣ୍ଟିଲେ ଭୋଟ ମିଳିବନି ବୋଲି ସୁବାସ କହିଛନ୍ତି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେଡିରେ ମିଶିବେ ସୁବାସ!

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

Leave a Reply

Your email address will not be published.