କୃତଘ୍ନ ସଂଗଠନ – କର୍ମୀଙ୍କର କୌଣସି ମୂଲ୍ୟ ନାହିଁ
ଦକ୍ଷ ସଂଗଠକ ଭାବରେ ନିଜକୁ ପ୍ରମାଣିତ କରିଥିବା ସୁବାଷ ଚୌହ୍ୱାନ ଆଜି ଅକାଳ ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ପରେ ଯେଉଁ କଥାଟି ସ୍ପଷ୍ଟ ହୋଇଛି ତାହା ହେଲା, ଓଡ଼ିଶାରେ ରାଜନୀତି କରୁଥିବା ଆର୍ଥିକ ଦରିଦ୍ର ଲୋକ ଯେତେ ଦକ୍ଷ ହେଲେ ବି ତାଙ୍କର ସଂଗଠନରେ କୌଣସି ଗୁରୁତ୍ୱ ନାହିଁ । ସେ ଜୀବିତ ଥିବାବେଳେ ଯେଉଁ ଦୁଇଟି ରାଜନୈତିକ ଦଳକୁ ବହୁତ ଲାଭବାନ କରାଇଥିଲେ ସହି ଦଳର ନେତାମାନେ ତାଙ୍କ ମୃତ୍ୟୁ ପରେ ଏଇଥି ପାଇଁ କେବଳ ଶୋକବାର୍ତ୍ତା ପଠାଇ ନିଜର ଔପଚାରିକତା ଶେଷ କରିଦେଇଛନ୍ତି।
ରାଷ୍ଟ୍ରୀୟ ସ୍ୱୟମ ସେବକ ସଂଘର ସଦସ୍ୟ ଥିବା ସୁବାଷ ଚୌହ୍ୱାନ ବଜରଂଗ ଦଳର ରାଜ୍ୟ ଦାୟିତ୍ୱ ନେଇ ସଂଗଠନ କିପରି କରାଯାଏ ତାର ପ୍ରମାଣ ଦେଇଥିଲେ। ଏଥିପାଇଁ ସେ ବଜରଂଗ ଦଳର ତତ୍କାଳୀନ ରୀଷ୍ଟ୍ରୀୟ ଅଧ୍ୟକ୍ଷ ବିନୟ କଟିଆର ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହାପରେ ବିଜପିକୁ ଆସି ପଶ୍ଚିମ ଓଡ଼ିଶା ସଂଗଂନ ଦାୟିତ୍ୱରେ ଥିଲେ । ତାଙ୍କ ପରିଶ୍ରମ ଫଳରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ବିଜେପି ଶାସକ ବିଜେଡ଼ି ପାଇଁ ମୁଣ୍ଡବିନ୍ଧାର କାରଣ ଥିଲା ।
୨୦୧୪ ନର୍ବାଚନରେ ବରଗଡ଼ ଲୋକସଭା ପାଇଁ ସୁବାଷ ଚୌହ୍ୱାନ ପ୍ରତିଦ୍ୱନ୍ଦ୍ୱୀତା କରି ଦଳର ଭିତିରିଆ ଷଡ଼ଯନ୍ତ୍ର ଯୋଗୁଁ ସ୍ୱଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିଲେ । ୨୦୧୪ ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ସୁବାଷ ସାହାସ ହରାଇନଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କ ଦୁଃଖସୁଖରେ ସାମିଲ ହୋଇ ସଂଗଠନକୁ ସୁଦୃଢ଼ କରିଥିଲେ । ୨୦୧୯ ନିର୍ବାଚନରେ ଦଳର ବଡ଼ପଣ୍ଡାମାନେ ନିଜର ଅନୁଗତମାନଙ୍କୁ ଥଇଥାନ କରିବା ପାଇଁ ସୁବାଷଙ୍କୁ ଟିକେଟ ଦେଇନଥିଲେ । ଫଳରେ ସ୍ୱାଭିମାନୀ ସୁବାଷ ଏଥିରେ ଭାଙ୍ଗିପଡ଼ିଥିଲେ ।
୨୦୧୯ ନିର୍ବାଚନରେ ସୁବାଷ ଯେଉଁ ସଂଗଠନ ପାଇଁ ନିଜର ସମସ୍ତ ସମୟ ଦେଇ ସୁଦୃଢ଼ କରିଥିଲେ ତାଦ୍ୱାରା ପ୍ରତାରିତ ହେବା ପରେ ଶାସକ ବିଜେଡିରେ ଯୋଗ ଦେଇଥିଲେ । ସୁବାଷ ବିଜେଡି ଯୋଗ ଦେବା ପରେ ତାଙ୍କଦ୍ୱାରା କିଏ କେତେ ଲାଭବାନ ଓ କ୍ଷତି ସହିଛି ତାହା ଆଜି ଇତିହାସ ପାଲଟି ଯାଇଛି ।
ଇତି ମଧ୍ୟରେ ସୁବାଷ ରୋଗାକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ପରଲୋକ ହୋଇଯାଇଛି । ପରଲୋକ ପରେ ସମସ୍ତ ପ୍ରକାରର ରାଗରୁଷା ଶେଷ ହୋଇଯିବା କଥା । କିନ୍ତୁ ତାହା ପରିଲକ୍ଷିତ ହୋଇନାହିଁ । ଫଳରେ ତାଙ୍କ ଶବାଧାରରେ ଫୁଲଟିଏ ଦେଇ ଶ୍ରଦ୍ଧାଞ୍ଜଳୀ ଜଣାଇବାକୁ ଆରଏସଏସ, ବଜରଂଗ ଦଳ, ବିଜେପି ନେତାମାନେ ଯାଇନାହାନ୍ତି । ଏପରି କି ସ ଯଉଁ ଦଳରେ ଥିଲେ ସ ଦଳର ମୁର୍ଖି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବାର୍ତ୍ତା ଟ୍ୱିଟ୍ କରି ଦାୟିତ୍ୱ ଶେଷ କରିଦେଇଥିଲେ । ଦଳର ଅନ୍ୟନେତାମାନେ ବି ନୀରବ ।
ତେଣୁ ଏଥିରୁ ପ୍ରମାଣିତ ହୋଇଛି ଯେ, ଯେତେ ଭଲ ସଂଗଠନ ହେଲେ ମଧ୍ୟ ସ୍ୱାର୍ଥପର ନେତାମାନେ କାମ ହାସଲ ପରେ ଆଉ ପଚାରିବେ ନାହିଁ । ଅବଶ୍ୟ ନେତାମାନେ କରୋନା ବାହାନା ନେଇପାରିବେ ।