ସୁବାସଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ସହ ୪ ଜିଲ୍ଲା ଦାୟିତ୍ୱ

ଲୋକସଭା ଟିକେଟ ନପାଇବାରୁ ବିଜେପି ଛାଡ଼ିଥିବା ସୁବାସ ଚୌହାନଙ୍କୁ ବିଜେଡି ଆଜି ସାଂଗଠନିକ ପଦପଦବୀରେ ଥଇଥାନ କରିଛି। ବିଜେଡିରେ ଯୋଗ ଦେବାର ୨୪ଘଣ୍ଟା ନପୁରୁଣୁ ବିଜେଡି ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେବା ସହ କଳାହାଣ୍ଡି, ବରଗଡ଼, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି। ଗତକାଲି ଶ୍ରୀ ଚୌହାନ ବିଜେଡିରେ ସାମିଲ ହେବା ସମୟରେ ତାଙ୍କୁ ଦଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ। ଆଜି ସୁବାସଙ୍କୁ ଏହି ସବୁ ଦାୟିତ୍ୱ ଦିଆଯାଇଛି ବୋଲି ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଅଙ୍କ ଛିଣ୍ଡିଲା: ବିଜୟଙ୍କୁ ବିଜେପିକୁ ସ୍ଵାଗତ

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

Leave a Reply

Your email address will not be published.