‘ଷ୍ଟପ ମୋଦି’ ବନାମ ‘ନମୋ ଏଗେଇନ’

ଆଗାମୀ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି ଗାଦି ହାସଲ କରିବା ପାଇଁ ବର୍ତ୍ତମାନ ‘ଷ୍ଟପ ମୋଦି’ ଅଭିଯାନରେ ସାମିଲ ହୋଇଥିବା ଲୋକମାନଙ୍କ ସମ୍ପର୍କରେ ସ୍ୱୟଂ ମୋଦି କ’ଣ କୁହନ୍ତି? ଏହି ଲୋକମାନଙ୍କ ସମ୍ପର୍କରେ ମୋଦି କୁହନ୍ତି, ଯେଉଁମାନଙ୍କୁ ଆମେ ଲୁଟ କରିବା ପାଇଁ ସ୍ୱାଧିନତା ନ ଦେଇ ସେମାନଙ୍କ ଉପରେ ଅଂକୁଶ ଲଗାଇଲୁ ସେମାନେ ସମସ୍ତେ ଏବେ ଏକ ହୋଇଯାଇଛନ୍ତି।

ଅପରପକ୍ଷର ମୋଦିଙ୍କ ସମର୍ଥନରେ ‘ନମୋ ଏଗେଇନ’ ଅଭିଯାନରେ ଜଡ଼ିତ ହୋଇଥିବା ଲୋକମାନଙ୍କ ସମ୍ପର୍କରେ ମୋଦି କ’ଣ କୁହନ୍ତି?

‘ଥ୍ୟାଙ୍କ ୟୁ’

‘ଷ୍ଟପ ମୋଦି’ ଅଭିଯାନରେ ଦେଶର ରାଜନୈତିକ ଦଳର ନେତାମାନେ ଜଡ଼ିତ ହୋଇଛନ୍ତି। ଏଥିରେ ବିରୋଧି ଦଳର ନେତାମାନଙ୍କ ସହିତ ଅତିତରେ ଏନଡ଼ିଏରେ ଥିବା ଶରଦ ଯାଦବ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ସମେତ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ବି ସାମିଲ ହୋଇଛନ୍ତି।

‘ଷ୍ଟପ ମୋଦି’ ଅଭିଯାନରେ ସବୁଠାରୁ ଅଧିକ ବିଜେପିର ପୁରୁଣା ସହଯୋଗୀ ରାଜନୈତିକ ଦଳ ଅଛନ୍ତି। ଏଥିରେ ତୃଣମୂଳ କଂଗ୍ରେସ, ତେଲଗୁ ଦେଶମ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ, ବହୁଜନ ସମାଜ ପାର୍ଟି, ଡ଼ିଏମକ ଅଛନ୍ତି। ଏତଦଭିନ୍ନ ବାଜପାୟୀଙ୍କ ବିଜେପି ସରକାରେ ପୂର୍ବରୁ ଅର୍ଥ ଓ ପୁଞ୍ଜିନିବେଶ ମନ୍ତ୍ରୀ ଥିବା ଯଶବନ୍ତ ସିହ୍ନା, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ‘ଷ୍ଟପ ମୋଦି’ ଅଭିଯାନରେ ସବୁଠାରୁ ଅଧିକ ମୁଖର ଅଛନ୍ତି।

‘ନମୋ ଏଗେଇନ’ ଅଭିଯାନରେ କିଏ ଅଛନ୍ତି? କେଉଁମାନେ ଏହି ଅଭିଯାନକୁ ଆଗେଇ ନେଉଛନ୍ତି? ସେମାନେ କ’ଣ ବିଜେପି ଲୋକ? ନା ଆରଏସଏସ ଲୋକ?

ଏସବୁ ପ୍ରଶ୍ନର ଉତ୍ତର ଯେ କେହି ହଁ ବୋଲି ନିଶ୍ଚୟ କହିବ। କିନ୍ତୁ ହଁ କହିବା ପୂର୍ବରୁ ଟିକିଏ ଚିନ୍ତା କରନ୍ତୁ!

‘ନମୋ ଏଗେଇନ’ ଟି-ସାର୍ଟ ପିନ୍ଧିଥିବା ଲୋକମାନଙ୍କ ସଂଖ୍ୟା ବହୁତ କମ‍୍‌। ଅନୁରାଗ ଠାକୁର, ପିୟୁଷ ଗୋୟଲ, ବାବୁଲ ସୁପ୍ରିୟୋ, ରାଜ୍ୟବର୍ଦ୍ଧନ ସିଂହରାଠୋରଙ୍କ ଭଳି ନେତାମାନେ ‘ନମୋ ଏଗେଇନ’ ଅଭିଯାନକୁ ଆଗକୁ ବଢ଼ାଉଛନ୍ତି। ବିଜେପର ସବୁ ନେତା ଏଥିରେ ସାମିଲ ନୁହଁନ୍ତି।

ବିଜେପି ଲୋକମାନେ ‘ନମୋ ଏଗେଇନ’ ନୁହେଁ ‘ବିଜେପି ଏଗେଇନ’ କହିବାକୁ ପସନ୍ଦ କରିବେ। ସେମାନେ ଟି-ସାର୍ଟ ପିନ୍ଧି ଆନୁଗତ୍ୟ ପ୍ରକାଶ କରିବାକୁ ଚାହିଁବେ ନାହିଁ। କାରଣ ସେମାନଙ୍କ ମତରେ ଦଳପ୍ରତି ଆନୁଗତ୍ୟତା କୌଣସି ଭୂଲ କଥା ନୁହେଁ। ସେମାନେ ବିଜେପି ପାଇଁ ଜୀବନ ଦେଇଦେବେ।

କିନ୍ତୁ ସେମାନେ ‘ନମୋ ଏଗେଇନ’ ଟି-ସାର୍ଟ ପିନ୍ଧିବାକୁ ପସନ୍ଦ କରିବେ ନାହିଁ। ସେମାନଙ୍କ ଆତ୍ମା ଏହାକୁ ସ୍ୱୀକାର କରିପାରିବ ନାହିଁ। ଏହା କେବଳ ଏକ ତର୍କ।

ବିଜେପିର ବଡ଼ ନେତା ଓ ସଂଘ ପ୍ରଚାରକ ଟି-ସାର୍ଟ ପିନ୍ଧିବେ କି?

‘ନମୋ ଏଗେଇନ’ର ଟି-ସାର୍ଟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ମୂରଲୀମନୋହାର ଯୋଶୀ ପିନ୍ଧିବେ ବୋଲି ପ୍ରଶ୍ନ ଉଠୁଛି।

ଦ୍ୱୀତିୟ ପ୍ରଶ୍ନ ହେଉଛି, ‘ନମୋ ଏଗେଇନ’ ଟି-ସାର୍ଟ କିମ୍ୱା ଅନ୍ୟ କୌଣସି ବସ୍ତ୍ର ଯେଉଁଥିରେ ମୋଦିଙ୍କ ସମ୍ପର୍କରେ ପ୍ରଚାର ହେଉଥିବ ତାହାକୁ ଆଡ଼ଭାନୀକୁ ପିନ୍ଧିବାକୁ କୁହାଯାଇପାରିବ କି? ଏଭଳି ବସ୍ତ୍ରକୁ ଆଡ଼ଭାନୀ ପିନ୍ଧିବେ କି?

ମୂରଲୀ ମନୋହର ଯୋଶୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଏଭଳି ବସ୍ତ୍ର ପିନ୍ଧାଯାଇପାରିବ କି? ଏପରି କି ‘ନମୋ ଏଗେଇନ’ ପ୍ରିଣ୍ଟ ହୋଇଥିବା ଶାଢ଼ୀକୁ ସୁଷମା ସ୍ୱରାଜ ପିନ୍ଧିବେ କି? ହୋଇପାରେ ସ୍ମୃତି ଇରାନୀ ଏଭଳି ଶାଢ଼ୀ ପିନ୍ଧି ପାରନ୍ତି।

ଋାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କୌଣସି ପ୍ରଚାରକ‘ନମୋ ଏଗେଇନ’ ପ୍ରିଣ୍ଟ ହୋଇଥିବା ଟି-ସାର୍ଟ ପିନ୍ଧି ପାରିବେ ବୋଲି ପ୍ରଶ୍ନଉଠୁଛି। ଦୃଢ଼ତାର ସହିତ ନାଁ ବୋଲି କୁହାଯାଇପାରିବ। ଏହାର ଅର୍ଥ କ’ଣ?

‘ନମୋ ଏଗେଇନ’ ଅଭିଯାନକୁ ବିଜେପିର ଯେଉଁ ଲୋକମାନେ ଚଳାଉଛନ୍ତି ସେମାନଙ୍କୁ ବିଜେପି ସ୍ୱୀକୃତୀ ଦେଉନାହିଁ।କିନ୍ତୁ ସେମାନଙ୍କର ଏପରି ଅଭିଯାନକୁ ବିଜେପି ବିରୋଧ ମଧ୍ୟ କରିପାରୁନାହିଁ।

ଏଭଳି ଅଭିଯାନକୁ ଦଳ ଭିତରେ ବିରୋଧ ହେବା କଥା। ବିରୋଧ ହେଲେ ଦଳ ସୁସ୍ଥ ରହିବ। ଶରୀରକୁ ଯଦି କୌଣସି ଅନାବଶ୍ୟକ ପଦାର୍ଥ ଯାଏ ତେବେ ତାହାକୁ ମଣିଷ ବାନ୍ତି କରିଥାଏ।

ଏହା କୌଣସି ରୋଗର ଲକ୍ଷଣ ନୁହେଁ। ଏହାହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ପ୍ରଦର୍ଶନ ହୋଇଥାଏ। ବର୍ତ୍ତମାନ ବିଜେପିରେ ଏଭଳି ପ୍ରତିରୋଧକ କ୍ଷମତା ନଥିବା ଭଳି ମନେ ହେଉଛି। ଏଭଳି ସ୍ଥିତିରେ ‘ନମୋ ଏଗେଇନ’ ବିଜେପି ପାଇଁ ଶକ୍ତିବର୍ଦ୍ଧକ ବୋଲି କିପରି ମାନି ନେବା ?

‘ନମୋ ଏଗେଇନ’ ଓ ‘ଷ୍ଟପ ମୋଦି’ ଭିତରେ ବହୁତ ବଡ଼ ତଫାତ୍ ରହିଛି। ଏହା ଉପରେ ଚିନ୍ତା କରିବା ଆବଶ୍ୟକ। କାରଣ ‘ନମୋ ଏଗେଇନ’ ଅଭିଯାନ ମୋଦଙ୍କ ପାଇଁ ହୋଇଥିବାବେଳେ ‘ଷ୍ଟପ ମୋଦି’ କେବଳ ନରେନ୍ଦ୍ର ମୋଦି ନୁହେଁ, ଏହାର ଅର୍ଥ ସମଗ୍ର ବିଜେପି, ଏନଡ଼ିଏ, ଏପରିକି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବି ରହିଛି।

‘ନମୋ ଏଗେଇନ’ ଅଭିଯାନ କେବଳ ନରେନ୍ଦ୍ର ମୋଦିଙ୍କ ପାଇଁ କାହିଁକି କୁହାଯାଉଛି, ଏଥିରେ ଆପତ୍ତି ହୋଇପାରେ। ଏହାର ଅର୍ଥ ଓ ଉଦ୍ଦେଶ୍ୟ ବିଜେପି ଓ ଏନଡ଼ିଏ ବି ହୋଇପାରେ। କିନ୍ତୁ ଏହି ଆପତ୍ତି ଠିକ୍ ନୁହେଁ କାରଣ ନିର୍ବାଚନ ପରବର୍ତ୍ତୀ ସ୍ଥିତିରେ ଏନଡ଼ିଏରେ କୌଣସି ସହଯୋଗୀ ଦଳକୁ ନେତୃତ୍ୱ ନେବାର ସୁଯୋଗ ଦିଆଯାଇପାରେ।

ଏପରି କି ବିଜେପିରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ସ୍ଥାନରେ ଅନ୍ୟ କାହାକୁ ସୁଯୋଗ ଦେବାର ସ୍ଥିତି ଉପୁଜିପାରେ। ଏଥିପାଇଁ ମୂଳରୁ ମୋଦିଙ୍କ ରାସ୍ତା ସଫା କରିବା ପାଇଁ ଏଭଳି ‘ନମୋ ଏଗେଇନ’ ଅଭିଯାନ ଆରମ୍ଭ ହୋଇଛି। ଗଣତାନ୍ତ୍ରିକ ଦଳ, ଗଣତାନ୍ତ୍ରିକ ମେଣ୍ଟ ଓ ଗଣତାନ୍ତ୍ରିକ ଦେଶରେ ‘ନମୋ ଏଗେଇନ’ ଅଗଣତାନ୍ତ୍ରିକ ଓ ବିଶୁଦ୍ଧ ବ୍ୟକ୍ତିବାଦକୁ ପ୍ରୋତ୍ସାହନ ଦେଲାଭଳି ପଦକ୍ଷେପ ହୋଇ ରହିବ।

ଉଭୟ ଅଭିଯାନ ବିଜେପି ବିରୋଧି

ଯଦି ଆମେ ଏହି ଦୁଇଟି ଅଭିଯାନକୁ ସୁକ୍ଷ୍ମଭାବେ ଅନୁଧ୍ୟାନ କରିବା ତେବେ ଜାଣିବାକୁ ପାଇବା ଯେ ଉଭୟେ ବିଜେପି ବିରୋଧି। ଦୁଇଟି ଯାକ ଅଭିଯାନ ଦେଖିବାକୁ ଅଲଗା ଲାଗୁଥିଲେ ଓ ବିପରୀତ ସ୍ୱଭାବର ହୋଇଥିଲେ ହେଁ ବିଜେପିର କ୍ଷତି କରିବ।

Leave a Reply

Your email address will not be published.