ମଦର ହୋମ୍ ଡେଲିଭରି ଏବଂ ପରୋକ୍ଷ ବିକ୍ରି ପାଇଁ ରାଜ୍ୟମାନେ ଧ୍ୟାନ ଦେବା ଉଚିତ: ସୁପ୍ରି୍ମକୋର୍ଟ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶ ସାରା ଯେଉଁ ଲକ୍ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି ସେହି ସମୟରେ ରାଜ୍ୟ ସରକାରମାନେ ମଦ ବିକ୍ରି ପ୍ରତ୍ୟକ୍ଷ ଭାବେ ନକରି ପରୋକ୍ଷ ବିକ୍ରି କରିବା ଲାଗି ସୁପ୍ରିମ୍କୋର୍ଟ ମତ ଦେଇଛନ୍ତି। ବିଶେଷକରି ହୋମ୍ ଡେଲିଭରୀ ପାଇଁ ଯୁକ୍ତି ବାଢ଼ିଛନ୍ତି।
ମଦ କିଣିବା ଲାଗି ଯେଉଁ ଆଗ୍ରହ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି ତାହାକୁ ଲକ୍ଷ୍ୟ କରି ସାଇ ଦୀପକ ନାମକ ଜଣେ ବ୍ୟକ୍ତି ସୁପ୍ରିମ୍କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେ କହିଥିଲେ ଯେ, ମଦ ଦୋକାନ ଆଗରେ ଭୀଡ଼ ଯେଉ:ଭଳି ହେଉଛି ସେଠାରେ ସୋଶାଲ୍ ଡିଷ୍ଟାନ୍ସିଂ ପାଳନ ହେଉ ନାହିଁ। ଯେହେତୁ କରୋନା ସଂକ୍ରମଣ ରୋକିବା ଲାଗି ଏହା ଏକ ଜରୁରୀ ପଦକ୍ଷେପ, କୋର୍ଟ ରାଜ୍ରମାନଙ୍କୁ ମଦ ଦୋକାନ ଆଗରେ ସୋଶାଳ୍ ଡିଷ୍ଟାନ୍ସିଂ ରକ୍ଷ ପାଇଁ ଆଦେଶ ଦିଅନ୍ତୁ।
କୋର୍ଟ କିନ୍ତୁ ଏ ସମ୍ପର୍କରେ କୌଣସି ରାୟ ଦେବେ ନାହିଁ ବୋଲି କହିବା ସହ ଏହା କହିଛନ୍ତି ଯେ, ରାଜ୍ୟ ସରକାରମାନେ ପରୋକ୍ଷ ବିକ୍ରି ଏବଂ ହୋମ୍ ଡେଲିଭରୀ ଉପରେ ଧ୍ୟାନ ଦିଅନ୍ତୁ।