୧୪ରୁ ସମ୍ବାଦ ସ୍କୁଲ୍ରେ ତିନି ମାସିଆ ଡିଜିଟାଲ୍ ମିଡିଆ ପାଠ୍ୟକ୍ରମ
ଭୁବନେଶ୍ୱର, (ଓଟି): ପ୍ରଭାବଶାଳୀ ହେଉଥିବା ଡିଜିଟାଲ୍ ମିଡିଆ ପାଇଁ ଆବଶ୍ୟକ ବିଷୟ କେମିତି ବାଛିବେ ଓ ତାହାକୁ ପ୍ରସ୍ତୁତ ତଥା ମାର୍କେଟିଂ କିପରି କରିବେ ସେ ସମ୍ପର୍କରେ ଏକ ୩ ମାସିଆ ସଂକ୍ଷିପ୍ତ ପାଠ୍ୟକ୍ରମର ଆୟୋଜନ କରୁଛନ୍ତି ସମ୍ବାଦ ସ୍କୁଲ୍ ଅଫ ମିଡିିଆ ଆଣ୍ଡ କଲ୍ଚର (ସେମାକ୍) । ଜାନୁୟାରୀ ୧୪ ତାରିଖରେ ଏହି ପାଠ୍ୟକ୍ରମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପାଠ୍ୟକ୍ରମରେ ଜଣେ ଶିକ୍ଷାର୍ଥୀ ଡିଜିଟାଲ୍ ମିଡିଆ ପାଇଁ ଆବଶ୍ୟକ ସ୍କ୍ରିପ୍ଟ, ଅଡିଓ-ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତିଠାରୁ ଆରମ୍ଭ କରି ତାହାକୁ କିପରି ଅନ୍ଲାଇନ୍ରେ ବିକ୍ରି କରି ଉପାର୍ଜନ କରିପାରିବେ ସେ ବିଷୟକୁ ଧ୍ୟାନ ଦିଆଯାଇଛି ।
ପାଠ୍ୟକ୍ରମ ଶେଷ ବେଳକୁ ଯେମିତି ସମ୍ପୃକ୍ତ ଶିକ୍ଷାର୍ଥୀ ନିଜର ୱେବ୍ ପୋର୍ଟାଲ୍ ଡିଜାଇନ୍ କରିପାରିବେ ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଇବାର କ୍ଷମତା ହାସଲ କରିବା ସହ ତାହାକୁ ସୋସିଆଲ୍ ମିଡିଆ ସହ ସଂଯୋଗ କରିବେ ସେ ବାବଦରେ ଆବଶ୍ୟକ ତାଲିମ ଦିଆଯିବ ବୋଲି ସ୍କୁଲ୍ର ପ୍ରିନ୍ସିପାଲ୍ ତଥା ବିଶିଷ୍ଟ କଥାକାର ଡ.ଗୌରହରି ଦାସ ସୂଚନା ଦେଇଛନ୍ତି ।
ଏପରି ପାଠ୍ୟକ୍ରମ ଓଡ଼଼ିଶାରେ ସମ୍ପୂଣ୍ଣ ଭାବେ ନୂଆ । ରାଜ୍ୟ ବାହାରେ କିଛି ଅନୁଷ୍ଠାନ ଏହି ପାଠ୍ୟକ୍ରମର ବିଷୟଗୁଡ଼ିକୁ ଭିନ୍ନ ଭିନ୍ନ ନାଁରେ ପଢ଼ାଉଛନ୍ତି । ଯାହାଫଳରେ ତାଲିମ ପାଇଁ ଜଣେ ଆଗ୍ରହୀ ଶିକ୍ଷାର୍ଥୀଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ପଡ଼ୁଛି। ସମ୍ବାଦ ସ୍କୁଲ୍ରେ କିନ୍ତୁ ଏହି ପାଠ୍ୟକ୍ରମ ପାଇଁ ମାସିକ ୭ ହଜାର ଟଙ୍କା କୋର୍ସ ଫି’ ରଖାଯାଇଛି । ତିନି ମାସରେ ଶିକ୍ଷାର୍ଥୀଙ୍କୁ ମାତ୍ର ୨୧ ହଜାର ଟଙ୍କା ପ୍ରଦାନ କରିବାକୁ ହେବ । ପୁଣି ପ୍ରଥମ ୧୦ଜଣଙ୍କ ଲାଗି ପାଠ୍ୟକ୍ରମ ଫି’ରେ ୧୦ ପ୍ରତିଶତ ରିଆତି ବ୍ୟବସ୍ଥା କରାଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀମାନେ www.ssomac.com ୱେବ୍ସେଇଟ୍କୁ ଲଗ୍ଅନ୍ କରି କୋର୍ସ ସମ୍ପର୍କରେ ଆବଶ୍ୟକ ତଥ୍ୟ ପାଇପାରିବେ । ଏହାଛଡ଼ା ନିଜ ପାଇଁ ଏକ ଆସନ ସଂରକ୍ଷଣ କରିପାରିବେ । ଅଧିକ ସୂଚନା ପାଇଁ କେନ୍ଦ୍ରର ପ୍ରଶାସକ ବିଶ୍ୱଜିତ ମିଶ୍ରଙ୍କୁ ୭୦୪୫୭୩୭୫୪୪ରେ ଯୋଗାଯୋଗ କରିପାରିବେ ।
ଡିଜିଟାଲ୍ ମିଡିଆ ଏବଂ ପାରମ୍ପରିକ ମିଡିଆ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ତାଲିମ ଦେବା ଲାଗି ନିଯୁକ୍ତ କରାଯାଇଛି । ଏହି ପାଠ୍ୟକ୍ରମ ଶେଷରେ ସମ୍ବାଦ ସ୍କୁଲ୍ ପକ୍ଷରୁ ପାଠ୍ୟକ୍ରମ ପରିସମାପ୍ତା ପ୍ରମାଣପତ୍ର ଦିଆଯିବ । ଏହାସହ ଗୁଗୁଲ୍, ଆମାଜନ୍ ପରି ଅନ୍ଲାଇନ୍ ସଂସ୍ଥାଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ହାସଲ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ।
ଶିିକ୍ଷାର୍ଥୀଙ୍କୁ ଆବଶ୍ୟକ ଷ୍ଟଡି ମ୍ୟାଟେରିଆଲ୍ ପ୍ରଦାନ ସହ ଲାଇଭ୍ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି । ଏ କ୍ଷେତ୍ରରେ ‘ସମ୍ବାଦ’ ଏବଂ ‘କନକ ଟିଭି’ ପକ୍ଷରୁ ଆବଶ୍ୟକ ସହାୟତା ଲାଗି ବ୍ୟବସ୍ଥା ହୋଇଥିବା କର୍ତ୍ତୃପକ୍ଷ ଜଣାଇଛନ୍ତି ।