ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ ଶ୍ରୀକାନ୍ତ

ରାହୁଲ ଗାନ୍ଧୀଙ୍କ ଗୁମର ଖୋଲିବା ପାଇଁ ଧମକ ଦେଇଥିବା କଂଗ୍ରେସରୁ ବହିଷ୍କୃତ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ। ସେ କୌଣସି ଦଳରେ ଯୋଗଦେବେନାହିଁ କି ୨୦୧୯ରେ ଆଉ ନିର୍ବାଚନ ଲଢ଼ିବେ ନାହିଁ। ଆଜି ନିଜେ ଶ୍ରୀକାନ୍ତ ଜେନା ସାମ୍ବାଦିକଙ୍କୁ ନିଜ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ଏହା ସ୍ପଷ୍ଟ କରିଛନ୍ତି।

କଂଗ୍ରେସରୁ ବହିଷ୍କୃତ ହେବା ପରେ ନିଜ ରାଜନୈତିକ ଭବିଷ୍ୟତର ସୁରକ୍ଷା ପାଇଁ ଆମ ଆଦମୀ ପାର୍ଟି କି ବିଏସପିରେ ଯୋଗଦେବେ ବୋଲି ହେଉଥିବା ଚର୍ଚ୍ଚାକୁ ସେ ଅସ୍ବୀକାର କରିଛନ୍ତି। ତେବେ ସାମାଜିକ ନ୍ୟାୟ ପାଇଁ ଲଢେଇ କରୁଥିବା ଅନୁଷ୍ଠାନ ଓ ସଙ୍ଗଠନକୁ ସେ ସହଯୋଗ କରିବେ ବୋଲି କହିଛନ୍ତି।

ଏକଦା ବିଜୁ ପଟ୍ଟନାୟକଙ୍କ ନିକଟତମ ଥିବା ଶ୍ରୀକାନ୍ତ ବିଜୁ ବାବୁଙ୍କ ପ୍ରଧାନମନ୍ତ୍ରୀ କରାଇନଦେବ ପାଇଁ ଦିଲ୍ଲୀରେ ଚିଠି ବାଣ୍ଟି ବିବାଦୀୟ ହୋଇଥିଲେ। ପରେ କଂଗ୍ରେସରେ ମିଶିଥିଲେ। କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ ଯାଉଛନ୍ତି।

ନିରଂଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା ରାହୁଲଙ୍କ ବାଧ୍ୟବାଧକତା

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପଛରେ ରାହୁଲ ଗାନ୍ଧିଙ୍କ ବାଧ୍ୟ ବାଧକତା ରହିଛି ବୋଲି ବହିଷ୍କୃତ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି। ଯେଉଁଥିପାଇଁ ସେ କିଛି କହିପାରୁ ନାହାଁନ୍ତି। ମୁଁ ତାଙ୍କର ଏହି ବାଧ୍ୟବାଧକତା ବିଷୟକୁ ଜାଣେ। ଯାହାକୁ ସେ ପିସିସିର ଦାୟିତ୍ୱ ଦେଇଛନ୍ତି ଖଣି ଲୁଟେରାଙ୍କ ଭିତରେ ସେ ସବୁଠାରୁ ଅଗ୍ରଭାଗରେ ଅଛନ୍ତି, ସେଥିପାଇଁ ସେ ନ ହକିବା ସ୍ୱଭାବିକ ବୋଲି ଶ୍ରୀକାନ୍ତ କହିଛନ୍ତି। ପୁଣି ଏହି ଘଟଣାରେ ବି ଶ୍ରୀକାନ୍ତ ସିଧାସଳଖ ନିରଂଜନ ଆଡ଼କୁ କଥା ଉଠାଇଛନ୍ତି। ନିରଂଜନଙ୍କୁ ପିସିସ ସଭାପତି କରିଥିବାରୁ ତାଙ୍କ ବିରୋଧରେ ଖଣି ଦୁର୍ନୀତି କଥା ଆସିଲେ ବି ସେଥିପାଇଁ ରାହୁଲ କିଛି ପଦକ୍ଷେପ ନେଇ ପାରୁ ନାହାଁନ୍ତି।

Leave a Reply

Your email address will not be published.