ଫନି ଚିନ୍ତା: ପରୀକ୍ଷା ଘୁଞ୍ଚିଲା

ଶୁକ୍ରବାର ସକାଳେ ପୁରୀର ଦକ୍ଷିଣ ଦିଗରେ ଅର୍ଥାିତ୍‌ ଚାନ୍ଦବାଲି ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବାକୁ ଯାଉଥିବା ସାମୁଦ୍ରିକ ଝଡ଼ ଫନି ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ତିତ୍‌ଲି ପରି ଏହି ବାତ୍ୟା ଯେମିତି କ୍ଷତି ନ ପହଞ୍ଚାଉ ସେଥିଥିଲାଗି ସମସ୍ତ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଏହିକ୍ରମରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ନୋଟିସ୍‌ ଦିଆଯାଇଛି। ଯଦିଓ ଏବେ ଗ୍ରୀଷ୍ମ ଅବକାଶ ଚାଲିଛି କିନ୍ତୁ ଅନେକ ସ୍କୁଲ୍‌ ଏହାକୁ ଅବଜ୍ଞା କରୁଥିବା ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଦୃଷ୍ଟିକୁ ଆସିଛି। ଏଣୁ ସମସ୍ତ ସ୍କୁଲ୍‌କୁ ବନ୍ଦ କରିବା ଏବଂ ଏହି ସମୟରେ ପରୀକ୍ଷା ଥିଲେ ତାହାକୁ ପୁନଃ ନିର୍ଦ୍ଧାରଣ କରି ତାହାକୁ ସ୍ଥଗିତ କରିବାକୁ କମିଶନର ନିର୍ଦେଶ ଦେଇଛନ୍ତି। ଏହାକୁ ଜରୁରୀକାଳୀନ ଭିତ୍ତିରେ ଲାଗୁ କରିବାକୁ ଜିଲ୍ଲାପାଳମାାନଙ୍କୁ ନିର୍ଦେଶ ଦିଆଯାଇଛି।

ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଫନି ସାତପଡ଼ାଠାରେ ଭୂ ଅବତରଣ କରିବ। ଏହି ସମୟରେ ପବନ ବେଗ ଘଣ୍ଟାପ୍ରତି ୨୦୫ କିଲୋମିଟର ରହିବ।

ଅନ୍ୟପକ୍ଷରେ ରାଜ୍ୟ ସରକାର ରିଲିଫ୍‌ ଓ ତଦାରଖ କାର୍ଯ୍ୟକୁ ତ୍ଵରାନ୍ବିତ କରିଛନ୍ତି। ନିର୍ବାଚନ କମିଶନଙ୍କ ପାଖରୁ ସବୁଜ ସଙ୍କେତ ପାଇବା ପରେ ଏହି କାର୍ଯ୍ୟ ତ୍ଵରାନ୍ବିତ ହୋଇଛି। ୫ ଆଇଏଏସ୍‌ ଅଧିକାରୀଙ୍କୁ ଥଇଥାନ କାର୍ଯ୍ୟ ପରିଚାଳନା ଦାୟିତ୍ଵ ଦିଆଯାଇଛି। ଡାକ୍ତରମାନଙ୍କ ଛୁଟି ବାତିଲ୍‌ କରାଯାଇଛି।

Leave a Reply

Your email address will not be published.