ଧନେତରାସରେ ଘରକୁ ଆଣନ୍ତୁ କେବଳ ଗୋଟିଏ ଜିନିଷ, ଦୂର ହେବ ସବୁ ସଙ୍କଟ
ଆଉ କିଛି ଦିନ ପରେ ଆସିବ ଧନେତରାସ୍ । ସୁଖସମୃଦ୍ଧି ବୃଦ୍ଧି ସହିତ ରୋଗମୁକ୍ତ ହେବା ପାଇଁ ଏହି ଉତ୍ସବକୁ ସମସ୍ତେ ଧୁମଧାମରେ ପାଳନ କରିଥାନ୍ତି । ଏହି ଦିନ କୌଣସି ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ ରହିଛି । କିନ୍ତୁ ଆପଣ ଏହି ଦିନ ଯେ କୌଣସି ଜିନିଷ କିଣନ୍ତୁ ନା କାହିଁକି, ତା’ ସହିତ ଏଭଳି ଗୋଟିଏ ଜିନିଷ ରହିଛି, ଯାହାକୁ ଆପଣ ନିଶ୍ଚିତ ଭାବେ କିଣିବା ଉଚିତ୍ । ସେହି ଜିନିଷଟି ହେଉଛି ଧନିଆ ।
ଧନେତରାସ୍ ଦିନ ଅନ୍ୟ କୌଣସି ଜିନିଷ କିଣିବା ପୁର୍ବରୁ ପ୍ରଥମେ ଗୋଟା ଧନିଆ କିଣନ୍ତୁ । ତା’ପରେ ଅନ୍ୟ ଯାହା କିଛି କିଣନ୍ତୁ । ସେହି ଧନିଆକୁ ଆଣି ଦୀପାବଳି ରାତିରେ ଲକ୍ଷ୍ମୀପୂଜା ସ୍ଥଳରେ ରଖି ପୂଜା କରନ୍ତୁ । ଦୀପାବଳି ପରଦିନ ସେହି ଧନିଆକୁ ନିଜ ଅଗଣାରେ କିମ୍ବା କୌଣସି କୁଣ୍ଡରେ ଲଗାଇ ଦିଅନ୍ତୁ । ବିଶ୍ୱାସ ରହିଛି ଯେ ଧନିଆ ଗଛ ବଢ଼ିବା ସହିତ ଆପଣଙ୍କର ଧନସମ୍ପତିରେ ବୃଦ୍ଧି ହୋଇଥାଏ । ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ସମାଜରେ ପ୍ରତିଷ୍ଠାଲାଭ କରିବା ସହିତ ପଦୋନ୍ନତି ହୋଇଥାଏ । ମୋଟ ଉପରେ କହିବାକୁ ଗଲେ ଏହି ଗୋଟିଏ ଉପାୟ ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅମୀମ କୃପା ଆପଣଙ୍କ ଉପରେ ରହିଥାଏ । ତେବେ ଆପଣ ମଧ୍ୟ ଆଗାମୀ ଧନେତରାସରେ ଏହି ଉପାୟକୁ ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ ।