ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଚାହୁଁଥିଲେ ଆଜି ହିଁ ଘରୁ ବାହାର କରିଦିଅନ୍ତୁ ଏହିସବୁ ଜିନିଷ

ଆଜି କୁମାର ପୂର୍ଣ୍ଣିମା । ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ସମେସ୍ତ ଉତ୍ସବମୁଖର । ନୂଆ ପୋଷାକ ପିନ୍ଧିବା ସହ ନିଜେ ସୁଚିମନ୍ତ ହୋଇ ସମସ୍ତେ ନିଜ ନିଜ ଘରକୁ ସଜାଇବାରେ ଲାଗିଛନ୍ତି । ମା’ ଲକ୍ଷ୍ମୀଙ୍କ ଆସ୍ଥାନ ସଜାଇବାରେ ମଧ୍ୟ କେହି କୌଣସି ଉଣା କରିବାକୁ ଚାହୁଁନାହାନ୍ତି । କିନ୍ତୁ ଏସବୁ କରିବା ପରେ ମଧ୍ୟ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ଲକ୍ଷ୍ମୀ ପୂଜା ପୁର୍ବରୁ ସାରିଦିଅନ୍ତୁ । ନଚେତ୍ ଆପଣ ମା’ ଲକ୍ଷ୍ମୀଙ୍କ କୃପାରୁ ବଂଚିତ ରହିବେ । ସେହି କାର୍ଯ୍ୟଟି ହେଉଛି ଘରେ ଥିବା କିଛି ଜିନିଷ ବାହାର କରିଦିଅନ୍ତୁ, ଯାହାକି ନକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ତେଣୁ ସେସବୁ ଜିନିଷଗୁଡ଼ିକ ଆଜି ହିଁ ଘରୁ ବାହାର କରିଦିଅନ୍ତୁ । ତେବେ ଆସନ୍ତୁ ଜାଣିବା –

୧- ପ୍ରଥମେ ହେଉଛି ବନ୍ଦ ହୋଇ ପଡ଼ିରହିଥିବା ପୁରୁଣା କାନ୍ଥ ଘଣ୍ଟା କିମ୍ବା ହାତଘଣ୍ଟା । ଚାଲୁନଥିବା ଘଣ୍ଟାରେ ଯଥାଶୀଘ୍ର ବ୍ୟାଟେରି ପକାନ୍ତୁ ।

୨- ପୁରୁଣା ଚପଲ ଓ ଭାଙ୍ଗି ଯାଇଥିବା ଇଲେକଟ୍ରିକ୍ ଉପକରଣକୁ ତୁରନ୍ତ ଘରୁ ବାହାର କରନ୍ତୁ । ପୁରୁଣା ଓ ଛିଣ୍ଡା ଛାଡ଼ୁ ମଧ୍ୟ ଘରେ ରଖନ୍ତୁ ନାହିଁ ।

୩- ଯଦି ଆପଣଙ୍କ ଘରର ଗେଟ୍ ଆଗରେ ଘାସ ଉଠି ଅସନା ହୋଇଛି, ତେବେ ଶୀଘ୍ର ସେଗୁଡ଼ିକୁ ସଫା କରନ୍ତୁ ।

୪- ଘରର କବାଟ ଓ ଝରକାର କୌଣସି ପରଦା ଚିରି ଯାଇଥିଲେ କିମ୍ବା କୌଣସି କାରଣରୁ ପୋଡ଼ି ଯାଇଥିଲେ ତାହାକୁ ବାହାର କରନ୍ତୁ ।

୫- ଘରର ବାଲକୋନି କିମ୍ବା ଘର ସାମନାରେ ବିକିବା ପାଇଁ କିଛି କବାଡ଼ି ଜିନିଷ ରଖିଥିଲେ ଆଜି ସେଗୁଡ଼ିକ ଘର ସାମନାରୁ ବାହାର କରିଦିଅନ୍ତୁ ।

୬- ରୋଷେଇ ଘରେ ଭଙ୍ଗା କିମ୍ବା ଫାଟି ଯାଇଥିବା କୌଣସି ଜିନିଷ ରଖନ୍ତୁ ନାହିଁ । 

Leave a Reply

Your email address will not be published. Required fields are marked *