ନବରାତ୍ରୀରେ ଆଣନ୍ତୁ ଏହି ଗୋଟିଏ ଜିନିଷ, ଦୂର ହେବା ସମସ୍ତ ବାଧାବିଘ୍ନ

ଏବେ ସବୁଆଡ଼େ ଖୁବ୍ ଧୁମଧାମରେ ଚାଲିଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା । ସମସ୍ତ ପ୍ରକାର ବାଧାବିଘ୍ନ ଦୂର କରିବା ସହିତ ମା’ଙ୍କ କୃପାଭିକ୍ଷା କରିବା ପାଇଁ ସମସ୍ତେ ତତ୍ପର । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବିଧିବିଧାନର ସହ ମା’ଙ୍କ ଆରାଧନା କରିବା ଏହି ନବରାତ୍ରୀରେ ଏଭଳି ଏକ ଜିନିଷ ରହିଛି ଯାହାକୁ ଘରକୁ ଆଣିବା ଅତ୍ୟନ୍ତ ଶୁଭ । ନବରାତ୍ରୀର ୯ଦିନ ମଧ୍ୟରେ ଯେ କୌଣସି ଦିନ ଆପଣ ସେହି ଜିନିଷଟି ଘରକୁ ଆଣନ୍ତୁ । ତାହା ଦ୍ୱାରା ସମସ୍ତ ପ୍ରକାର ବାସ୍ତୁ ଦୋଷ, ଆର୍ଥିକ ସଙ୍କଟ, ସ୍ୱାସ୍ଥ୍ୟ ସମସ୍ୟା ଆଦି ଦୂର ହେବା ସହିତ ଭାଗ୍ୟ ଉଦୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହି ଜିନିଷକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ସବୁବେଳେ ରହିଥାଏ ।

ତେବେ ସେହି ଚମତ୍କାରୀ ଜିନିଷଟି ହେଉଛି – ଗୋଟିଏ ରୁପା କଏନ୍ । ଗଣେଶ ଓ ଲକ୍ଷ୍ମୀଙ୍କ ପ୍ରତିମା ରହିଥିବା କିମ୍ବା ମା’ ଦୁର୍ଗାଙ୍କ ପ୍ରତିମା ଥିବା ଗୋଟିଏ ରୁପା କଏନ୍ କିଣି ପୂଜାସ୍ଥଳରେ ରଖନ୍ତୁ । ୯ଦିନର ପୂଜା ସମ୍ପୂର୍ଣ୍ଣ ହୋଇଯିବା ପରେ ସେହି କଏନକୁ ନେଇ ଆପଣଙ୍କ ଆଲମାରୀ, ସୁନାଗହଣା ବାକ୍ସ କିମ୍ବା ଆପଣ ଯେଉଁଠି ଟଙ୍କା ରଖୁଛନ୍ତି, ସେଠାରେ ରଖିଦିଅନ୍ତୁ । ଧୀରେ ଧୀରେ ମା’ ଦୁର୍ଗାଙ୍କ କୃପାରୁ ଆପଣଙ୍କ ସମସ୍ତ ବାଧାବିଘ୍ନ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *