ନବରାତ୍ରୀରେ କାହାକୁ ଦିଅନ୍ତୁ ନାହିଁ ଏହି ଜିନିଷ, ହୋଇଯିବେ କାଙ୍ଗାଳ
ମା’ ଦୁର୍ଗାଙ୍କ ନବରାତ୍ରୀ ପର୍ବ ବେଶ୍ ଧୁମଧାମରେ ପାଳନ କରାଯାଉଛି । ବ୍ରତ ରଖିଥିବା ବ୍ୟକ୍ତିମାନେ କନ୍ୟାପୂଜନ ସହିତ ୯ ଦିନରେ ମା’ଙ୍କର ୯ଟି ଅବତାରକୁ ବିଧିବିଧାନର ସହ ପୂଜାର୍ଚ୍ଚନା କରୁଛନ୍ତି । ପୂଜା ଅନୁଷ୍ଠାନ କରିବା ସହିତ ଏହି ୯ ଦିନରେ ଦାନଧର୍ମର ବିଶେଷ ମହତ୍ୱ ରହିଛି । କନ୍ୟାପୂଜନ ସମୟରେ ଶିଶୁକନ୍ୟାମାନଙ୍କୁ ହେଉ କିମ୍ବା କୌଣସି ଦୁଃଖିରଙ୍କି ଦେଖି ଅନ୍ନ ବସ୍ତ୍ର ଦାନ କରିବା ଦ୍ୱାରା ଅଶେଷ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଦାନ ଦେବା ମଧ୍ୟରେ ଏଭଳି ଗୋଟିଏ ଜିନିଷ ରହିଛି, ଯାହାକୁ ଆପଣ ଏହି ୯ ଦିନ ମଧ୍ୟରେ କେବେ କାହାକୁ ଦିଅନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ ହେବା ସହିତ ଆପଣ ର୍ଦୁଭାଗ୍ୟର ଶିକାର ହୋଇଥାନ୍ତି ।
ତେବେ ସେହି ଜିନିଷଟି ହେଉଛି ସୁନା-ରୁପାରେ ପ୍ରସ୍ତୁତ ଗହଣା କିମ୍ବା କୌଣସି ଗିଫ୍ଟ । ଏହି ନବରାତ୍ରୀର ଅଭିନନ୍ଦନ ଜଣାଇବା ପାଇଁ ଅନେକ ବ୍ୟକ୍ତି ଗିଫ୍ଟର ସାହାରା ନେଇଥାନ୍ତି । କିନ୍ତୁ ମନେ ରଖନ୍ତୁ ଏହି ନବରାତ୍ରୀରେ ସୁନା ଓ ରୁପାରେ ପ୍ରସ୍ତୁତ କୌଣସି ଗହଣା କାହାକୁ ଗିଫ୍ଟ କରନ୍ତୁ ନାହିଁ । କନ୍ୟାପୂଜନ ସମୟରେ ମଧ୍ୟ ଏହା ଦିଅନ୍ତୁ ନାହିଁ । ରୁପାରେ ତିଆରି ବିଭିନ୍ନ ଗିଫ୍ଟ ଦେବା ଉଚିତ୍ ନୁହେଁ । ଏହା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣ ବଂଚିତ ହୋଇଥାନ୍ତି । ମା’ ଲକ୍ଷ୍ମୀଙ୍କ କୃପାରୁ ବଂଚିତ ହେବା ଅର୍ଥ ହେଉଛି ମା’ ଦୁର୍ଗାଙ୍କ ପୂଜାରେ ବିଘ୍ନ ଘଟିବା । ତେଣୁ ଏହି ୯ଦିନରେ ଆପଣ ଏହି ଗୋଟିଏ ନିୟମକୁ ମାନିବା ଦ୍ୱାରା ଆପଣଙ୍କର କଲ୍ୟାଣ ହୋଇଥାଏ ।











