ଆଗାମୀ ୨୮ ତାରିଖରେ ପଡ଼ୁଛି ଶ୍ରାବଶ ମାସର ପ୍ରଥମ ଏକାଦଶୀ, ଗ୍ରହଦୋଷରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଉପାୟ

ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ବୋଲି ବିଶ୍ୱାସ ରହିଛି । ଏହି ମାସରେ ଶିବ-ପାର୍ବତୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନାର ବିଶେଷ ମହତ୍ୱ ଅଛି । ଆଗାମୀ ୨୮ ତାରିଖରେ ପଡ଼ୁଛି ଶ୍ରାବଣ ମାସର ପ୍ରଥମ ଏକାଦଶୀ । ଶିବ ପୂଜା ସହିତ ବିଷ୍ଣୁଙ୍କର ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ଗ୍ରହଦୋଷ ଦୂର ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଏକାଦଶୀ ଦିନ କେଉଁ ପଦ୍ଧତିରେ ପୂଜାର୍ଚ୍ଚନା କରିବେ-
୧- ଏକାଦଶୀ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡ଼ନ୍ତୁ ଏବଂ ନିତ୍ୟକର୍ମ ସାରିବା ପରେ ତମ୍ବାପାତ୍ରରେ ନାଲି ଫୁଲ ପକାଇ ସୂର୍ଯ୍ୟଙ୍କୁ ‘ଓ
ସୂର୍ଯ୍ୟାୟ ନମ’ ମନ୍ତ୍ର ସହିତ ଜଳ ଅର୍ପଣ କରନ୍ତୁ । ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।
୨- ପକ୍ଷୀମାନଙ୍କ ପାଇଁ ଦାନା-ପାଣି ଦିଅନ୍ତୁ ।
୩- ଏହାପରେ ଶିବ ମନ୍ଦିରକୁ ଯାଇ ବେଲପତ୍ର, ଚନ୍ଦନ, ଚାଉଳ, ଫୁଲ ଓ ଅନ୍ୟ ପୂଜା ସାମଗ୍ରୀ ସହିତ ନିଶ୍ଚୟ ଭାବେ ଏକ ଉପବିତ ଶିବଲିଙ୍ଗ ଉପରେ ଅର୍ପଣ କରିବା ସହ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
୪- ପୂଜାଘରେ ଥିବା ବିଷ୍ଣୁ ପ୍ରତିମା କିମ୍ବା ଫଟୋରେ ହଳଦିଆ ବସ୍ତ୍ର ପିନ୍ଧାଇବା ସହ ବିଭିନ୍ନ ଫଳ ଓ ମିଠା ଭୋଗ କରନ୍ତୁ । ବିଷ୍ଣୁଙ୍କ ସହିତ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
୫- ଏକାଦଶୀ ବ୍ରତ ରଖିବା ସହିତ ଗରୀବଙ୍କୁ ଅନ୍ନ ଦାନ କରନ୍ତୁ ।
୬- ସନ୍ଧ୍ୟା ସମୟରେ ତୁଳସୀ ଚଉରା ପାଖରେ ଦୀପ ଦେଇ ପରିକ୍ରମା କରିବା ପରେ ଶିବମନ୍ଦିର ଯାଇ ଦୀପ ଦିଅନ୍ତୁ ।

Leave a Reply

Your email address will not be published.