ମାର୍ଗଶୀର ମାସରେ କରନ୍ତୁ ଏହି ୫ଟି କାମ, ଦୂର ହେବ ସବୁ ବାଧାବିଘ୍ନ
ମୁଖ୍ୟତଃ ମାର୍ଗଶୀର ମାସରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ବିଶେଷ ଭାବେ ହୋଇଥାଏ । ସୁଖସମୃଦ୍ଧି ବୃଦ୍ଧି ସହିତ ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ସମସ୍ତେ ମା’ ଲକ୍ଷ୍ମୀଙ୍କ କୃପା ଭିକ୍ଷା କରିଥାନ୍ତି । ମା’ ଲକ୍ଷ୍ମୀଙ୍କ ଭଳି ମାର୍ଗଶୀର ମାସ ଭଗବାନ ବିଷ୍ଣୁଙ୍କର ମଧ୍ୟ ଅତି ପ୍ରିୟ । ତେଣୁ ଏହି ମାସରେ ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କର ଆରାଧନା ଜରୁରୀ । ତେବେ ଏହି ୫ଟି କାମ କରିବା ଦ୍ୱାରା ଆପଣ ମା’ ଲକ୍ଷ୍ମୀଙ୍କ ସହିତ ବିଷ୍ଣୁଙ୍କର କୃପାଲାଭ କରିପାରିବେ ଏବଂ ଆପଣଙ୍କର ସବୁ ବାଧାବିଘ୍ନ ଦୂର ହେବ ବୋଲି ଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା –
୧- ମାର୍ଗଶୀର ମାସରେ ଭୋରୁ ଉଠି ନିତ୍ୟକର୍ମ ସରିବା ପରେ ମା’ ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ । ଏହାପରେ ‘ଓଁ ଦାମୋଦରାୟ ନମଃ’ ମନ୍ତ୍ରକୁ ୧୦୮ ଥର ଉଚ୍ଚାରଣ କରିବା ସହିତ ନିଜ ଗୁରୁଙ୍କୁ ଧ୍ୟାନ କରନ୍ତୁ । ଆପଣଙ୍କର ସଙ୍କଟ ଆପେ ଦୂର ହୋଇଯିବ ।
୨- ମାର୍ଗଶୀର ମାସରେ ପ୍ରତିଦିନ ବିଷ୍ଣୁସହସ୍ର ନାମ, ଭଗବତ ଗୀତା ଓ ଗଜେନ୍ଦ୍ରମୋକ୍ଷ ପାଠ କରିବା ଦ୍ୱାରା ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ ।
୩- ମାର୍ଗଶୀର ମାସରେ ନିଶ୍ଚିତ ଭାବେ ଶଙ୍ଖକୁ ପୂଜା କରନ୍ତୁ । ଏଥିରେ ମା’ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଜଳାଭିଷେକ କରିବା ପରେ କିଛି ଜଳ ନେଇ ପରିବାରର ସଦସ୍ୟଙ୍କ ଉପରେ ସିଞ୍ଜନ କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।
୪- ମାର୍ଗଶୀର ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କ ପୂଜା ଅବଶ୍ୟ କରନ୍ତୁ । ବିଶ୍ୱାସ ରହିଛି ଯେ ଏହି ଦିନ ଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସ୍ୱାସ୍ଥ୍ୟସମସ୍ୟା ରହେ ନାହିଁ ।
୫- ମାର୍ଗଶୀର ମାସରେ ଯମୁନା ନଦୀରେ ସ୍ନାନ କରିବା ଦ୍ୱାରା ବିଶେଷ ପୁଣ୍ୟଫଳ ମିଳିବା ସହ ସବୁ ପାପ ନାଶ ହୋଇଥାଏ । ଯଦି ଏହା କରିବା ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ, ତେବେ ଯମୁନାନଦୀର କିଛି ପାଣିକୁ ପାଦୁକା ଭାବେ ଗ୍ରହଣ କରି ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତୁ । ଆପଣଙ୍କୁ ସବୁକାର୍ଯ୍ୟରେ ସଫଳତା ମିଳିବ ।