କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ଏହି ସବୁ କାମ, ରହିବନି ଧନର ଅଭାବ
କାର୍ତ୍ତିକ ପୂର୍ଣ୍ଣିମାର ମହତ୍ୱ ଓ ଗୁରୁତ୍ୱ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ । ଏହି ଦିନ ଦାନଧର୍ମର ବିଶେଷ ଫଳ ମିଲିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ସମସ୍ତେ ଏହି ଦିନକୁ ଖୁବ୍ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରିଥାନ୍ତି । ତେବେ ଏଭଳି କିଛି ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବା ସହ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସୁଖସମୃଦ୍ଧି ବଢ଼ିଥାଏ । ତେବେ ଆସନ୍ତୁ ଜାଣିବା –
୧- କାର୍ତ୍ତିକ ପୂର୍ଣ୍ଣିମା ଦିନ୧୧ଟି ହଳଦିଆ କଉଡ଼ିରେ ହଳଦୀ ଲଗାଇ ମା’ ଲକ୍ଷ୍ମୀଙ୍କ ଆସନ ପାଖରେ ରଖନ୍ତୁ । ଖିର ଓ ମିଶ୍ରି ଭୋଗ ଲଗାଇବା ସହିତ ବିଧିବିଧାନର ସହିତ ପୂଜା କରିବା ପରେ ସେହି କଉଡ଼ିକୁ ନେଇ ଆଲମାରୀ ଭିତରେ ରଖନ୍ତୁ । ଏହା ଦ୍ୱାରା ଧନ ବୃଦ୍ଧି ହୋଇଥାଏ ।
୨- କାର୍ତ୍ତିକ ପୂର୍ଣ୍ଣିମା ଦିନ ବିଧିବଦ୍ଧ ଭାବେ ଘର ପୂଜା ସରିବା ପରେ ତୁଳସୀ ଚଉରା ଓ ମା’ ତୁଳସୀଙ୍କୁ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ । ଏହା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆସିଥାଏ ବୋଲି ବିଶ୍ୱାସ ରହିଛି ।
୩- ସକାଳେ ଅଶ୍ୱତଥ୍ ଗଛ ମୂଳରେ ଖିର ଓ ଗଙ୍ଗାଜଳ ମିଶାଇ ଢ଼ାଳନ୍ତୁ ଏବଂ ପୂଜା କରନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
୪- କାର୍ତ୍ତିକ ପୂର୍ଣ୍ଣିମାରେ ଗରୀବ ଲୋକ ଓ ଶିଶୁମାନଙ୍କୁ ଅନ୍ନ ବସ୍ତ୍ର ଓ ମିଷ୍ଟାନ୍ନ ଦିଅନ୍ତୁ ।
୫ – ମହୁ, ଗଙ୍ଗାଜଳ ଓ ବେଲପତ୍ରରେ ମହାଦେବଙ୍କୁ ଅଭିଷେକ କରାନ୍ତୁ ।
୬- ଘରର ମୁଖ୍ୟ କବାଟ ଉପରେ ଆମ୍ବ କିମ୍ବା ଅଶୋକ ଗଛର ପତ୍ରରେ ମାଳା କରିବା ସହିତ ପ୍ରତି ପତ୍ର ଉପରେ ହଳଦୀ ଓ ସିନ୍ଦୁରରେ ଓଁ କିମ୍ବା ସ୍ୱସ୍ତିକ ଚିହ୍ନ ବନାଇ ଲଗାନ୍ତୁ ।