ଏହି ଏକାଦଶୀରେ କରିଦିଅନ୍ତୁ ଗୋଟିଏ କାମ, ପୁରଣ ହେବ ସବୁ ମନୋକାମନା

ସବୁ ଏକାଦଶୀ ମଧ୍ୟରେ କାର୍ତ୍ତିକ ମାସ ଶୁକ୍ଲପକ୍ଷରେ ପଡ଼ୁଥିବା ଏକାଦଶୀ ସବୁଠାରୁ ବଡ଼ ଓ ମହତ୍ୱପୂର୍ଣ୍ଣ ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣିତ । କାରଣ ଏହି ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିଥାନ୍ତି । ତେଣୁ ଏହିଦିନଠାରୁ ସଂସାରର ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ଏହାକୁ ଦେବ ଉତଥାପନ ଏକାଦଶୀ ମଧ୍ୟ କୁହାଯାଏ । ଏହି ଦିନ ଦାନଧର୍ମର ଅନେକ ମହିମା ରହିଛି । ନିଷ୍ଠାର ସହ ଏହି ଏକାଦଶୀ ବ୍ରତ ପାଳନ କରିବା ସହ ଦାନ ଦେବା ଦ୍ୱାରା ସବୁ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଦିନ ଗୋଟିଏ ବିଶେଷ ଉପାୟ ରହିଛି, ଯାହାଦ୍ୱାରା ସମସ୍ତ ମନୋକାମନା ପୁରଣ ହୁଏ ବୋଲି ଶାସ୍ତ୍ର ପଣ୍ଡିତମାନେ କହିଥାନ୍ତି ।

ଏକାଦଶୀ ଦିନ ସୂର୍ଯ୍ୟଉଦୟ ହେବା ପୂର୍ବରୁ ଉଠି ଗାଧୋଇବା ପାଣିରେ ହଳଦି କିମ୍ବା ଅଁଳାରସ ପକାଇ ସ୍ନାନ କରନ୍ତୁ । ଏହାପରେ ଘରର ମୁଖ୍ୟ ଦ୍ୱାରକୁ ହଳଦି ମିଶା ପାଣି ଦ୍ୱାରା ସିଞ୍ଜନ କରିବା ସହିତ ପୂଜାସ୍ଥଳରେ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କର ପାଦୁକା ଝୋଟି ପକାନ୍ତୁ । ତାହାକୁ ସିନ୍ଦୁର, ଚନ୍ଦନ ଓ ଫୁଲ ଦେଇ ପୂଜା କରନ୍ତୁ । ଏହାପରେ ମାଟିର ଗୋଟିଏ କଳସ ଆଣି ସେଥିରେ ମିଶ୍ରି ଭରି କରି ରଖନ୍ତୁ ଏବଂ କଳସ ଉପରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । କଳସ ଉପରେ ଆମ୍ବପତ୍ର ଓ ନଡ଼ିଆ ରଖନ୍ତୁ ଏବଂ କଳସକୁ ଗୋଟିଏ ଧଳା ବସ୍ତ୍ରରେ ବାନ୍ଧନ୍ତୁ । ବିଧିବିଧାନର ସହ ତାହାର ପୂଜାଚର୍ଚ୍ଚନା କରିବା ପରେ ସେହି ବସ୍ତ୍ର ଓ କଳସକୁ ବ୍ରାହ୍ମଣକୁ ଦାନ ଦେଇଦିଅନ୍ତୁ । ସେହି ସମୟରେ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି ନିଜର ମନୋକାମନା ସମ୍ପର୍କରେ ଭାବନ୍ତୁ । କଳସ ଦାନ ସହିତ ଆପଣ ଗରୀବ ପିଲା ଓ ଲୋକମାନଙ୍କୁ ଅନ୍ନ ଭୋଜନ ଓ ବସ୍ତ୍ର ଦାନ କରନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *