ଅଁଳାନବମୀରେ ଏଭଳି କରନ୍ତୁ ପୂଜାର୍ଚ୍ଚନା, ଦୂର ହେବ ସବୁ ଦୁଃଖକଷ୍ଟ

ଆଗାମୀ ୫ ତାରିଖରେ ଅଁଳାନବମୀ । ଏହିଦିନ ମା’ ଜଗଧାତ୍ରୀ ଭାବେ ଅଁଳାଗଛକୁ ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି । ଏହି ଦିନ ରାଧାଙ୍କ ପାଦ ଦର୍ଶନର ବିଶେଷ ପୁଣ୍ୟଫଳ ଅଛି । ମନ୍ଦିରରେ ପୂଜାଚର୍ଚ୍ଚନା ସରିବା ପରେ ସ୍ତ୍ରୀଲୋକମାନେ ଅଁଳାଗଛରେ ନୂଆ ବସ୍ତ୍ର ପିନ୍ଧାଇ ବିଧିବିଧାନର ସହ ଭୋଗ ଲଗାଇଥାନ୍ତି । ତେବେ ଅଁଳାଗଛକୁ ପୂଜା କରିବା ସମୟରେ କିଛି ବିଶେଷ ନୀତି ରହିଛି । ଯାହାକୁ ପାଳନ କରିବା ଦ୍ୱାରା ସବୁ ପ୍ରକାର ଦୁଃଖକଷ୍ଟ ଦୂର ହୋଇଥାଏ ।

ତେବେ ଆସନ୍ତୁ ଜାଣିବା-
୧- ଅଁଳାନବମୀ ଦିନ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ବ୍ରାହ୍ମଣଙ୍କ ଦ୍ୱାରା ସଂକଳ୍ପ କରାଇନିଅନ୍ତୁ । ଏହାପରେ ଅଁଳାଗଛ ମୂଳରେ ପୂର୍ବ ଦିଗକୁ ମୁହଁକରି ବସନ୍ତୁ । ‘ଓଁ ଧାତ୍ରେ ନମଃ’ ମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା ଆରମ୍ଭ କରି ଭୋଗ ଲଗାନ୍ତୁ । ଏହାପରେ ଗଛ ମୂଳରେ ଖିର ଢ଼ାଳିବା ସହିତ ପିତୃପୁରୁଷଙ୍କୁ ତର୍ପଣ କରନ୍ତୁ ।
୨- ଏହାପରେ ‘ଦାମୋଦର ନିବାସାୟେ ଧାତ୍ରୈ ଦେବୈ ନମୋ ନମଃ, ସୂତ୍ରେଣାନେନ, ବନ୍ଧ୍ୟାମି ଧାତ୍ରୀ ଦେବୈ ନମସୁତେଃ’ ମନ୍ତ୍ର ଉଚ୍ଚାରଣ କରି ନୂଆ ସୂତାକୁ ୩ ଥର ଗଛରେ ଗୁଡ଼ାଇ ବାନ୍ଧନ୍ତୁ । ଏହାପରେ କର୍ପୁର କିମ୍ବା ସୁଦ୍ଧଘିଅରେ ଦୀପ ଲଗାଇ ଆରତୀ କରନ୍ତୁ ।
୩- ପରିବାରର ମଙ୍ଗଳକାମନା କରି ଗଛ ଚାରିପଟେ ୩ ଥର ବୁଲିବା ପରେ ଓ ପୂଜାର୍ଚ୍ଚନା ସରିବା ପରେ ସେହି ଗଛମୂଳରେ ହିଁ ବ୍ରାହ୍ମଣକୁ ଅନ୍ନ ଭୋଜନ କରାଇ ଦକ୍ଷିଣା ଦିଅନ୍ତୁ । ଏହାପରେ ନିଜେ ମଧ୍ୟ ସେଠାରେ ଭୋଜନ କରନ୍ତୁ । ଶେଷରେ ଭୋକିଲାଙ୍କୁ ଅନ୍ନ, ବସ୍ତ୍ର ଓ କିଛି ଆର୍ଥିକ ସାହାଯ୍ୟ ଦାନ କରନ୍ତୁ । କାରଣ ଏହିଦିନ ଦାନ ଦେବା ଦ୍ୱାରା ଅଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *