ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ କରିଦିଅନ୍ତୁ ଏହି ୩ଟି କାମ, ଆପଣଙ୍କ ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଆଜି ଧନତେରାସ୍ । ଆଜିଠାରୁ ଆରମ୍ଭ କରି ୩ଦିନ ଅର୍ଥାତ୍ ଦୀପାବଳି ପର୍ଯ୍ୟନ୍ତ ଏଭଳି ୩ଟି କାମ ରହିଛି, ଯାହାକୁ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ । ସକାଳୁ ଉଠିବା ପରେ ପ୍ରଥମ କାମ ଭାବେ ନିଜ ହାତ ଓ ତା’ପରେ ଆପଣଙ୍କ ପାଇଁ ଲକି ବ୍ୟକ୍ତିଙ୍କ ଚେହେରା ଦେଖନ୍ତୁ । ଏହାପରେ ଘର ଓଳାଇବା ପରେ ଏକ ଚୁଟକି ଲୁଣ ପକାଇ ପାଣିରେ ପୋଛା ମାରନ୍ତୁ । ଏହାପରେ ନିତ୍ୟକର୍ମ ସାରିବା ପରେ ଦ୍ୱିତୀୟ କାମ ଭାବେ ଘରର ମୁଖ୍ୟ ଦ୍ୱାରର ସାମନାକୁ ପାଣିରେ ଧୋଇ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ସ୍ୱସ୍ତିକର ଦୁଇପଟେ ଦୁଇଟି ଗାର ନିଶ୍ଚୟ ଦିଅନ୍ତୁ । ଏହାପରେ ଚାଉଳ ପିଠଉ କରି ମା’ ଲକ୍ଷ୍ମୀଙ୍କ ପାଦ ବନାନ୍ତୁ । ଏହାପରେ ସେହି ପିଠଉକୁ ଆଣି ଘରର ପ୍ରତ୍ୟେକ ଜିନିଷ ଉପରେ ହାଲକା ସିଞ୍ଜନ କରନ୍ତୁ । ଏହି କାମ ପରେ ହିଁ ଆପଣ ପୂଜାର୍ଚ୍ଚନା କରନ୍ତୁ । ଏହାପରେ ତୃତୀୟ କାମ ହେଉଛି ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ପାଖକୁ ସଫା କରନ୍ତୁ । କିନ୍ତୁ ସିନ୍ଦୁର ଦ୍ୱାରା କରାଯାଇଥିବା ସ୍ୱସ୍ତିକ ଚିହ୍ନକୁ ଓଳାନ୍ତୁ ନାହିଁ କିମ୍ବା ଝାଡ଼ୁ ବାଜିବାକୁ ଦିଅନ୍ତୁ ନାହିଁ । ଏହି ୩ଦିନ ନିୟମିତ ଭାବେ ଏହି ୩ଟି କାମ କରି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *