ଶ୍ରାବଣ ମାସର ଯେ କୌଣସି ଗୋଟିଏ ସୋମବାରରେ କରନ୍ତୁ ଏହି ଉପାୟ, ଦରୂ ହେବ ସବୁ ବାଧାବିଘ୍ନ
ଆରମ୍ଭ ହେଲା ପବିତ୍ର ଶ୍ରାବଣ ସୋମବାର । ଶିବ କୃପା ଲାଭ କରିବା ପାଇଁ ଏହି ମାସ ସବୁଠାରୁ ଭଲ ବୋଲି ଶାସ୍ତ୍ରରେ ବର୍ଣ୍ଣିତ । ଶିବଙ୍କୁ ଅଭିଷେକ କରି ଜଳ ଚଢ଼ାଇବା ଦ୍ୱାରା ସମସ୍ତ ମନୋକାମନା ପୁରଣ ହୋଇଥାଏ । ଏହା ବ୍ୟତୀତ ଏଭଳି କିଛି ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ଥିବା ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହୋଇଥାଏ ।
ଶ୍ରାବଣ ମାସର ଯେ କୌଣସି ଗୋଟିଏ ସୋମବାର ଦିନ ଆପଣ ଏହି ଉପାୟକୁ କରିପାରିବେ । ତେବେ ଆସନ୍ତୁ ଜାଣିବା-
୧- ବିବାହ କ୍ଷେତ୍ରରେ ଗହଦୋଷ ଥିଲେ ସୋମବାର ଦିନ କେଶରଯୁକ୍ତ ଦୁଗ୍ଧରେ ଶିବଲିଙ୍ଗ ଉପରେ ଅଭିଷେକ କରିବା ସହ ମା’ ପାର୍ବତୀଙ୍କୁ ପୂଜା କରନ୍ତୁ ।
୨- ବାରମ୍ବାର ଯେ କୌଣସି କାମରେ ବିଫଳ ହେଉଥିଲେ ମାଛକୁ ଅଟାର ଗୋଲି କରି ଖାଇବାକୁ ଦିଅନ୍ତୁ ଏବଂ ଏହି ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଉଚ୍ଚାରଣ କରନ୍ତୁ ।
୩- ସୋମବାର ଦିନ ଗାଇ ଗୋରୁଙ୍କୁ ସବୁଜ ଚାରା ଦିଅନ୍ତୁ । ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।
୪- ସୋମବାର ଦିନ ତମ୍ବା ପାତ୍ରରେ ଶୁଦ୍ଧ ପାଣି ନେଇ ସେଥିରେ କଳାରାଶି ମିଶାଇ ଶିବଙ୍କ ଅଭିଷେକ କରନ୍ତୁ । ଏହାଦ୍ୱାରା ଶନିଗ୍ରହ ଦୋଷ କଟିଥାଏ ।
୫- ଅଟାରେ ୧୧ଟି ଶିବଲିଙ୍ଗ କରନ୍ତୁ । ୧୧ ଥର ସେହି ଶିବଲିଙ୍ଗର ଜଳ ଅଭିଷେକ କରିବା ପରେ ପାଣିରେ ଭସାଇ ଦିଅନ୍ତୁ । ଏହାଦ୍ୱାରା ସନ୍ତାନପ୍ରାପ୍ତି ହୋଇଥାଏ ।
୬- ପ୍ରଥମେ ସୁଦ୍ଧ ଘିଅରେ ଅଭିଷେକ କରିବା ପରେ ଜଳ ଅଭିଷେକ କରନ୍ତୁ । ଏହାଦ୍ୱାରା ସନ୍ତାନମାନଙ୍କ ସମସ୍ତ ପ୍ରକାର ବାଧାବିଘ୍ନ ଦୂର ହୋଇଥାଏ ।
୭- ୨୧ଟି ବେଲପତ୍ର ଆଣି ସେଥିରେ ଚନ୍ଦନରେ ‘ଓଁ ନମଃ ଶିବାୟ’ ଲେଖିବା ପରେ ତାହାକୁ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହାଦ୍ୱାରା ଶିବକୃପା ଲାଭ ହୋଇଥାଏ ।